www.samajalive.in
Sunday, December 14, 2025
19.1 C
Bhubaneswar

ଯୁବ ବୈଜ୍ଞାନିକ ଡ.ଆଶିଷ ମାହାଣାଙ୍କୁ ଇଣ୍ଟରନେସନାଲ ଆଇକନ୍ ସମ୍ମାନ

ରେଙ୍ଗାଲି: ଅଭିନବ ଉଦ୍ଭାବନ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ କାମ କରିଥିବା ସମ୍ବଲପୁର ଜିଲାର ରେଙ୍ଗାଲି ନିକଟସ୍ଥ ରମ୍ପେଲାକେମ୍ପ ଗ୍ରାମର ଯୁବ ବୈଜ୍ଞାନିକ ଡକ୍ଟର ଆଶିଷ ମାହାଣାଙ୍କୁ ଦେଶ ବିଦେଶରୁ ସମ୍ମାନ ଓ ପୁରସ୍କାରର ସୁଅ ଛୁଟୁଛି। ଲଣ୍ଡନ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇ ପୁରସ୍କାର ପାଇଥିବା ଡ.ଆଶିଷ ୨୦୨୪ ଇଣ୍ଟରନେସନାଲ ଆଇକନ୍ ଏବଂ ଗ୍ଲୋବାଲ ଆଇକନ୍ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହାବ୍ୟତୀତ ଡ.ଆଶିଷଙ୍କୁ ବିବେକାନନ୍ଦ ପ୍ରେରଣା ସମ୍ମାନ, ଗ୍ଲୋବାଲ ଏଚିଭର୍ ସମ୍ମାନ, ଏପିଜେ ଅବଦୁଲ କଲାମ ଭାରତୀୟ ସମ୍ମାନ, ଭାରତୀୟ ହିନ୍ଦୁରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଡ. ମାହାଣା ୧୯୯୭ ମସିହାରୁ ୨୭ବର୍ଷ ଧରି ଅନବରତ ଗବେଷଣା କରି ମାନବ ସମାଜ କଲ୍ୟାଣରେ ସହାୟକ ୨୩ଟି ଅଭିନବ ଉଦ୍ଭାବନ କରିଥିବାରୁ ଗ୍ରୀନ୍ ଫିଲ୍ଡ ଅଫ୍ ଲଣ୍ଡନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ତାଙ୍କୁ ସ୍ଥାନିତ କରାଯାଇଛି।

ସୂଚନାଯୋଗ୍ୟ, ଡକ୍ଟର ଆଶିଷ କରୋନା ସମୟରେ ଇ-ମାସ୍କ ରୋବୋଟିକ୍ ନର୍ସ, ସ୍ମାର୍ଟ ଗମଲା, ଦୃଷ୍ଟିବାଧିତଙ୍କ ପାଇଁ ମଲ୍ଟି ସେନ୍‌ସର ସ୍ମାର୍ଟ ଷ୍ଟିକ୍ ଏବଂ ଅବଷ୍ଟ୍ରାକଲ୍ ଡିଟେକ୍ସନ ଷ୍ଟିକ୍, ସ୍ମାର୍ଟ ହେଲମେଟ୍, ଭିକ୍ଟିମ୍ ଡିଟେକ୍ସନ କ୍ୟାମେରା, ଟେମ୍ପର୍ ପ୍ରୁଫ୍ ଇଭିଏମ ମେସିନ୍, ପୁଲିସ ତଦନ୍ତରେ ସହାୟକ ପାଇଁ ଇନଭେଷ୍ଟିଗେଟିଭ୍ ଡିଭାଇସ୍ ଆଦି ଉଦ୍ଭାବନ କରି ଚହଳ ସୃଷ୍ଟି କରିବା ସହ ସବୁଆଡ଼େ ଚର୍ଚ୍ଚିତ ହୋଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories