ଜୁନ୍ ମାସରେ ଅଧିକ ବିକ୍ରି ହୋଇଛି ଏହି ବାଇକ୍, ଆସିଲା ଟପ୍ ୧୦ ତାଲିକା

ନୂଆଦିଲ୍ଲୀ : ଜୁନ୍ ୨୦୨୪ ରେ ଭାରତରେ ବିକ୍ରି ହୋଇଥିବା ଟପ୍ ୧୦ ବାଇକ ତାଲିକା ସାମ୍ନାକୁ ଆସିସାରିଛି । ଏଥିରୁ ଗ୍ରାହକଙ୍କ ପସନ୍ଦ ସମ୍ପର୍କରେ ଜଣାପଡୁଛି । ଏହି ତାଲିକାରେ ସର୍ବପ୍ରଥମେ ହିରୋ ସ୍ପ୍ଲେଣ୍ଡର ରହିଛି । ଖାସ୍ କଥା ହେଉଛି ଜୁନ୍ ୨୦୨୪ର ଟପ୍ ୧୦ ଦୁଇଚକିଆ ଯାନ ତାଲିକାରେ ଓଲା ଏସଓ୍ବାନ୍ ମଧ୍ୟ ନିଜ ସ୍ଥାନ ହାସଲ କରିଛି । ତାଲିକାରେ ସାମିଲ ହୋଇଥିବା ଏହା ଏକମାତ୍ର ଇଭି ।

ତାଲିକାରେ ସର୍ବପ୍ରଥମ ସ୍ଥାନରେ ଥିବା ସ୍ପ୍ଲେଣ୍ଡରର ୩,୦୫,୫୮୬  ୟୁନିଟ୍ ବିକ୍ରି କରିଛି କମ୍ପାନୀ । ଏହା ବାର୍ଷିକ ୨୮.୨୧ ପ୍ରତିଶତ ବୃଦ୍ଧି ପାଇଛି । ହୋଣ୍ଡା ଆକ୍ଟିଭା ୨,୩୩,୩୭୬ ୟୁନିଟ୍ ବିକ୍ରି ସହିତ ଦ୍ବିତୀୟ ସ୍ଥାନରେ ରହିଛି । ହୋଣ୍ଡା ସାଇନ୍ ତୃତୀୟ ସ୍ଥାନରେ ରହିଛି । ଏହି ବାଇକର ୧,୩୯,୫୮୭ ୟୁନିଟ୍ ବିକ୍ରି ହୋଇଛି ।

ଏହା ପରେ ବଜାଜ ପଲସର ରହିଛି । ଏହାର ୧,୧୧,୧୦୧ ୟୁନିଟ୍ ବିକ୍ରି ହୋଇଛି। ୫ମ ସ୍ଥାନରେ ଏଚଏଫ୍ ଡିଲକ୍ସ ରହିଛି । ଏହାର ୮୯,୯୪୧ ୟୁନିଟ୍ ବିକ୍ରି ହୋଇଛି । ଟିଭିଏସ୍ ଜୁପିଟର ସ୍କୁଟର ୭୨,୧୦୦ ୟୁନିଟ୍ ବିକ୍ରି ସହିତ ୬ଷ୍ଠ ସ୍ଥାନରେ ରହିଛି । ସେହିଭଳି ଏହା ପରେ ଯଥାକ୍ରମେ ସୁଜୁକି ଆକ୍ସେସ୍, ଟିଭିଏସ୍ ଏକ୍ସଏଲ୍ ମୋପେଡ୍, ଟିଭିଏସ୍ ଆପାଚେ, ଓଲା ଏସ୍ ଓ୍ବାନ୍ ରହିଛି । ଗତ ମାସରେ ୩୬,୭୨୩ ଓଲା ସ୍କୁର ବିକ୍ରି ହୋଇଛି । ଗ୍ରାହକଙ୍କୁ ବଜାରରେ ଥିବା ଅନେକ ୨ ଚକିଆ ଯାନ ମଧ୍ୟରୁ ଓଲା ସ୍କୁଟର ଅଧିକ ପସନ୍ଦ ଆସୁଥିବା ଏହି ତାଲିକାରୁ ଜଣାପଡୁଛି ।

ସ୍କୁଲ୍ ବସରେ ଅଗ୍ନି ନିରାପତ୍ତା ନିୟମର କଡ଼ା ଅନୁପାଳନ ପାଇଁ ନିର୍ଦ୍ଦେଶନାମା ଜାରି

Comments are closed.