www.samajalive.in
Sunday, December 7, 2025
26.1 C
Bhubaneswar

୫ ବର୍ଷର ଓ୍ବାରେଣ୍ଟି ସହିତ ଆସିଲା ଏହି ଇ-ସ୍କୁଟର, ଜାଣନ୍ତୁ ଦାମ୍ ଓ ଫିଚର୍..

ନୂଆଦିଲ୍ଲୀ : ଆଇଭୂମି ଜିଟ୍ ଏକ୍ସଜେଡଇର ନୂଆ ଭେରିଏଣ୍ଟ ନେଇଆସିଛି ଯେଉଁଥିରେ ୩ କେଡବ୍ଲୁଏଚ୍ ବ୍ୟାଟେରୀ ଲାଗିଛି । ଏହାକୁ ଥରେ ଚାର୍ଜ କଲେ ୧୭୦ କିଲୋମିଟର ଯାତ୍ରା କରିହେବ । ଏହି ଇଲେକ୍ଟ୍ରିକ୍ ସ୍କୁଟରର ଦାମ୍ ୯୯,୯୯୯ ଟଙ୍କା ରଖିଛି କମ୍ପାନୀ । ମହାରାଷ୍ଟ୍ର, ଗୁଜରାତ, ତାମିଲନାଡୁ, ତେଲଙ୍ଗାନା ଓ ରାଜସ୍ଥାନ ଭଳି ସହରରେ ivoomiର ଡିଲରସିପରେ ସ୍ଥାନୀୟ ପଞ୍ଜୀକରଣ ସହିତ ଉପଲବ୍ଧ ହେବ ଏହି ସ୍କୁଟର ।

ନୂଆ ଭେରିଏଣ୍ଟ ମୋବାଇଲ ଆପ୍ କନେକ୍ଟିଭିଟି ସହିତ ଏକ ଆଡଭାନ୍ସ ସ୍ମାର୍ଟ ସ୍ପିଡୋମିଟର ଆସିଥାଏ ଯାହା ରାଇଡର୍ସଙ୍କୁ ଅନେକ ଫିଚର୍ସ ଅଫର କରିଥାଏ । ଏଥିରେ ଟର୍ଣ୍ଣ-ବାଏ-ଟର୍ଣ୍ଣ ନେଭିଗେସନ, ବ୍ଲୁଟୁଥ୍ କନେକ୍ଟିଭିଟି, କଲ୍ ଓ ମେସେଜ୍ ନୋଟିଫିକେସନ୍, ଟ୍ରିପ୍ ଡାଟା, ଏସଓସି ଆଲର୍ଟ ଭଳି ଫିଚର୍ସ ମିଳିଥାଏ । ଏହା ବ୍ୟତୀତ ବ୍ୟାଟେରୀ ଚାର୍ଜିଂ ପ୍ରତିଶତ ତଥ୍ୟ ମଧ୍ୟ ଚାଳକଙ୍କୁ ଦର୍ଶାଇଥାଏ ।

- Advertisement -

ଏଥିରେ ୩ ଭିନ୍ନ ଭିନ୍ନ ରାଇଡିଂ ମୋଡ୍ ମିଳିଥାଏ । ଇକୋ ମୋଡରେ ୧୭୦ କି.ମି ରେଞ୍ଜ ଅଫର କରିଥାଏ ଏହି ବାଇକ୍ । ଏହା ବ୍ୟତୀତ ରାଇଡର ମୋଡ୍ ମିଳିଥାଏ ଯାହା ୧୪୦ କିମିର ରେଞ୍ଜ ପ୍ରଦାନ କରିଥାଏ । ଏହା ବ୍ୟତୀତ ଗାଡିରେ ସ୍ପିଡ୍ ମୋଡ୍ ମଧ୍ୟ ମିଳିଥାଏ ଯେଉଁଥିରେ ଆପଣ ୧୩୦ କି.ମି ଦୂର ଯାତ୍ରା କରିପାରିବେ ।  ଏହାର ସର୍ବାଧିକ ସ୍ପିଡ୍ ୬୩ କିଲୋମିଟର ପ୍ରତି ଘଣ୍ଟା । ଗାଡିର ବ୍ୟାଟେରୀର ୫ ବର୍ଷର ଓ୍ବାରେଣ୍ଟି ଦିଆଯାଉଛି । ଏହି ଭେରିଏଣ୍ଟର ଡେଲିଭରୀ ଅଗଷ୍ଟ ମାସରେ ଆରମ୍ଭ ହୋଇଯିବ ।

ଜିଓର ସବୁଠୁ ଶସ୍ତା ପ୍ଲାନ୍‌ ! ମାତ୍ର ୫ ଟଙ୍କାରେ ଦୈନିକ ଅସୀମିତ କଲିଂ, ଡାଟା

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories