ଅଷ୍ଟ୍ରିଆର ୭ ମସଜିଦ୍‍ ବନ୍ଦ; ୪୦ଇମାମ ବହିଷ୍କୃତ

0

ଭିଏନା : ଅଷ୍ଟ୍ରିୟା ସରକାର ଦେଶର ୭ଟି ମସଜିଦ୍‍ ବନ୍ଦ କରିଦେଇଛନ୍ତି। ଏହାଛଡ଼ା ସଂଖ୍ୟାଧିକ(ପ୍ରାୟ ୪୦) ଇମାମ୍‍ଙ୍କୁ ସେମାନଙ୍କ ପଦରୁ ବହିଷ୍କାର କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଅଷ୍ଟ୍ରିୟା ଚାନ୍‍ସେଲର ସେବାଷ୍ଟିଆନ୍‍ କ୍ରୁଜ୍‍ ଓ ଭାଇସ୍‍ ଚାନ୍‍ସେଲର ହେଞ୍ଜ ଖ୍ରୀଷ୍ଟିଆନ ଷ୍ଟ୍ରାଚ୍‍ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ବନ୍ଦ ହୋଇଥିବା ମସଜିଦ୍‍ଗୁଡ଼ିକ ତୁର୍କୀ ଓ ଆରବ ଧର୍ମୀୟ ସଂସ୍ଥା ଦ୍ୱାରା ପରିଚାଳିତ। ୨୦୧୫ରେ ପ୍ରଣିତ ଆଇନ ଅନୁସାରେ ଦେଶରେ କୌଣସି ବିଦେଶୀ ଧର୍ମୀୟ ଅନୁଷ୍ଠାନ ଚାଲିପାରିବ ନାହିଁ ବା ଏହାକୁ ଆର୍ଥିକ ସହଯୋଗ ପ୍ରଦାନ କରାଯାଇପାରିବ ନାହିଁ। ଅଷ୍ଟ୍ରିୟାରେ ପ୍ରାୟ ୬ଲକ୍ଷ ମୁସଲମାନ ରହୁଛନ୍ତି। ଏହି ଆଧାରରେ ସରକାର ଏଗୁଡ଼ିକୁ ବନ୍ଦ କରିଦେଇଛନ୍ତି। ଏଭଳି ପଦକ୍ଷେପକୁ ଇସଲାମ ବିରୋଧୀ ଦର୍ଶାଇ ତୁର୍କୀ ସମାଲୋଚନା କରିଛି।

Leave A Reply