www.samajalive.in
Sunday, December 7, 2025
13.1 C
Bhubaneswar

ନୋଟବନ୍ଦୀ ଭଳି ପରିସ୍ଥିତି, କଟକରେ ସବୁ ଏଟିଏମ ଅଚଳ

ଡେସ୍କ: ରାଜ୍ୟର ବାଣିଜ୍ୟ ନଗରୀ କୁହାଯାଉଥିବା କଟକ ସହରରେ ଗତକାଲି ଠାରୁ ସମସ୍ତ ବ୍ୟାଙ୍କର ଏଟିଏମ ଅଚଳ ରହିଛି। ସହର ମଧ୍ୟରେ ଥିବା ଏଟିଏମ ଗୁଡିକ ମଧ୍ୟରୁ ଅଧାରୁ ଅଧିକରେ ସଟର ପଡିଥିବା ବେଳେ ଖୋଲାଥିବା ଏଟିଏମ ଗୁଡିକରେ ‘ATM is out of service’ କିମ୍ବା ‘This ATM cannot dispense cash’ ଲେଖା ପ୍ରଦର୍ଶିତ ହେଉଛି। ଏଭଳି ଅଚଳ ଅବସ୍ଥା ଗତକାଲି ଠାରୁ ଲାଗି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ଲୋକମାନେ ପଇସା ଉଠାଇବା ପାଇଁ ଏଟିଏମରୁ ଏଟିଏମ ଯାଉଛନ୍ତି ହେଲେ ଅର୍ଥ ଉଠାଣ କରିବା ସମ୍ଭବ ହେଉନାହିଁ।

ସହର ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସର୍ବାଧିକ ଏଟିଏମ ରହିଛି। ତେବେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଏଭଳି ଅଚଳାବସ୍ଥା ଲାଗି ରହିଥିବା ବେଳେ ଏହାକୁ ସଚଳ କରିବାକୁ କୌଣସି ପଦକ୍ଷେପ ନିଆଯାଇ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories