www.samajalive.in
Tuesday, December 9, 2025
26.1 C
Bhubaneswar

ଅପରାଧୀ ସାବଧାନ୍‌! ଆସୁଛି ‘ଅତିଥି’ ଆପ୍‌

ଭୁବନେଶ୍ବର: ଅପରାଧୀଙ୍କୁ ଧରିବାକୁ ନୂଆ କୌଶଳ ଆପଣାଇଛି କମିଶନରେଟ୍‌ ପୁଲିସ। ଏଣିକି ଅପରାଧ ଘଟାଇ ଆଉ ହୋଟେଲରେ ଲୁଚି ରହିପାରିବେନି ଅପରାଧୀ। ରାଜ୍ୟ ବାହାରୁ ଆସି ହୋଟେଲରେ ରହି ଅପରାଧ ଘଟାଇ ଫେରାର ହେବାର ଯୋଜନା ଫେଲ୍‌ ମାରିବ। କାରଣ ସେମାନଙ୍କୁ ଧରିବ ‘ଅତିଥି’।

‘ଅତିଥି’ ହେଉଛି ଏକ ଆପ୍‌। ପୁଲିସ ପକ୍ଷରୁ ଏହାର ତିଆରି ଚାଲିଛି ଏବଂ ଖୁବଶୀଘ୍ର ଏହି ଆପ୍‌ କାର୍ଯ୍ୟକାରୀ ହେବ। ଏହା ସାହାଯ୍ୟରେ ଟ୍ବିନ ସିଟିରେ ଅପରାଧୀଙ୍କୁ ଧରିବ ପୁଲିସ। ‘ଅତିଥି’ ଆପ୍‌ ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୁଲିସ। ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସମସ୍ତ ତଥ୍ୟ ପୁଲିସକୁ ଦେବେ। ଏହି ତଥ୍ୟ କେବଳ ପୁଲିସ ପାଖରେ ରହିବ, ଏହାକୁ ସର୍ବସାଧାରଣ କରାଯିବ ନାହିଁ। ସବୁ ଗେଷ୍ଟ ହାଉସ, ହୋଟେଲ ଓ ଲଜ୍‌କୁ ଏନେଇ ନିର୍ଦେଶ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ। ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଡିସିପି କହିଛନ୍ତି।

Hot this week

ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ଦ୍ୱିତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories