ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ତରଡିଙ୍ଗ ଗ୍ରାମରେ ଜଣେ ଭିନ୍ନକ୍ଷମ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଶନିବାର ଭୋର ସମୟରେ ତରଡିଙ୍ଗ ଗ୍ରାମର ଭିନ୍ନକ୍ଷମ ମହିଳା ତୋଫାନୀ ମହାନ୍ତି (୫୫) କୌଣସି କାରଣରୁ ଗ୍ରାମର ଏକ ଆମ୍ବ ଗଛରେ ରଶି ଲଗାଇ ଦେଇଥିଲେ। ସେଠାରୁ ଉଦ୍ଧାର କରି ପରିବାର ଲୋକ ତୁରନ୍ତ ତାଙ୍କୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ପରୀକ୍ଷା ନିରୀକ୍ଷା କରି ମୃତ ଘୋଷଣା କରିଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା (୨୭/୨୪) ରୁଜୁ କରି ତଦନ୍ତ ଜାରି ରଖିଛି। ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ମୃତଦେହ ବ୍ୟବଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା।
Comments are closed.