www.samajalive.in
Tuesday, December 9, 2025
23.1 C
Bhubaneswar

ପାରିଶ୍ରମିକ ଅର୍ଥ ନ ମିଳିଲେ ଅନଶନ କରିବେ ସ୍ୱୟଂ ସହାୟକ ଗୋଷ୍ଠୀ

ଆଠଗଡ: ବିଦ୍ୟୁତ ବିଭାଗରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଦ୍ୟୁତ ମିଟର ରିଡିଂ, ବିଦ୍ୟୁତ ଦେୟ ଆଦାୟ କାର୍ଯ୍ୟ କରୁଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କର ଜମା (ସିକ୍ୟୁରିଟି) ଅର୍ଥ ଓ ବାକିଥିବା ପାରିଶ୍ରମିକ ଦୀର୍ଘ ଦିନ ଧରି ମିଳି ନଥିଲା। ଏହାପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ୫ ବର୍ଷ ହେବ ସେମାନଙ୍କ ପ୍ରାପ୍ୟ ପାଇଁ ଆଠଗଡ ଓ ଭୁବନେଶ୍ୱରର ସେସୁ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେବା ପରେ ଗତ ମାସରେ ଆଠଗଡ ବିଦ୍ୟୁତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ଖୁବଶୀଘ୍ର ପ୍ରଦାନ କରିବାର ପ୍ରତିଶ୍ରୁତି ଦିଆଯାଇ ଧାରଣାରୁ ଉଠାଇ ଦିଆଯାଇଥିଲା। ପ୍ରତିଶ୍ରୁତି ମୁତାବକ ସେମାନଙ୍କ ଜମା ଅର୍ଥ ମିଳିଥିବା ବେଳେ ବକେୟା ପାରିଶ୍ରମିକ ଅର୍ଥ ମିଳିନାହିଁ। ଦୀର୍ଘ ଦିନ ଧରି ପ୍ରତିଶ୍ରୁତି ମୁତାବକ ବକେୟା ଅର୍ଥ ନ ମିଳିବାରୁ ସୋମବାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ବକେୟା ପାରିଶ୍ରମିକ ଅର୍ଥ ପ୍ରଦାନ ନ କଲେ ଆସନ୍ତା ଅଗଷ୍ଟ ମାସ ୮ ତାରିଖରେ ସପରିବାରେ ସେମାନେ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଲିଖିତ ଭାବରେ ଜଣାଇଛନ୍ତି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories