www.samajalive.in
Monday, December 15, 2025
24.1 C
Bhubaneswar

ପ୍ରମଥଚନ୍ଦ୍ର-କେଶବାନନ୍ଦ ସ୍ମାରକୀ କ୍ରିକେଟ

ଆଠଗଡ: ସ୍ଥାନୀୟ ମହୋତ୍ସବ ପଡିଆରେ ଉତ୍ତରାଚଣ୍ଡୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ୨ୟ ପ୍ରମଥଚନ୍ଦ୍ର ମିଶ୍ର-କେଶବାନନ୍ଦ ମହାନ୍ତି ସ୍ମାରକୀ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ ଦିବସରେ ୩ଟି ମ୍ୟାଚ ଖେଳାଯାଇଥିଲା। ପ୍ରଥମ ମ୍ୟାଚରେ କୁମାରପୁର କ୍ରିକେଟ କ୍ଲବ ସ୍ଥାନୀୟ ଶନିଶ୍ଚର କ୍ରିକେଟ କ୍ଲବକୁ ୮ ୱିକେଟରେ ପରାସ୍ତ କରିଥିଲା। ୨ୟ ମ୍ୟାଚରେ ଜାଗୁଆର କ୍ରିକେଟ କ୍ଲବ ଢେଙ୍କାନାଳର କୃଷ୍ଣପ୍ରସାଦ କ୍ରିକେଟ କ୍ଲବକୁ ୯ ୱିକେଟ ବିନିମୟରେ ପରାସ୍ତ କରିଥିଲା। ୩ୟ ମ୍ୟାଚ ତଥା କ୍ୱାଟର ଫାଇନାଲ ମ୍ୟାଚରେ କୁମାରପୁର କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୩ ୱିକେଟ ହରାଇ ୧୩୧ ସଂଗ୍ରହ କରିଥିଲା। ଏହାର ଜବାବରେ ଜାଗୁଆର କ୍ରିକେଟ କ୍ଲବ ନିର୍ଦ୍ଧାରିତ ୮ ଓଭରରେ ମାତ୍ର ୧୦୦ରନ୍‍ ସଂଗ୍ରହ କରି ପରାଜୟ ବରଣ କରିଥିଲା। କୁମାରପୁର କ୍ରିକେଟ କ୍ଲବ ବିଜୟ ସହିତ ୩ୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। କଟକ ଜିଲ୍ଲା ବିଜେଡି ସଂପାଦକ ପ୍ରଦୀପ୍ତ ଦାସ, ଯୁବନେତା ପ୍ରକାଶ ରାଉତ, ଦୀପକ ମହାନ୍ତି, ରାକେଶ ଦାସ ଓ ଅଜୟ ବେହେରା ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସୌମ୍ୟରଞ୍ଜନ ଭଞ୍ଜ, ସନ୍ଦିପ ପଣ୍ଡା, ଜ୍ୟୋତିପ୍ରକାଶ ପଟ୍ଟନାୟକ, ଆଜାଦ୍‍ ଭକ୍ତା ଓ ପାୟଲ ବର୍ମା ମ୍ୟାଚ ପରିଚାଳନା କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories