www.samajalive.in
Monday, December 15, 2025
14.1 C
Bhubaneswar

ଯକ୍ଷ୍ମାରୋଗୀ ଅନ୍ୱେଷଣ ଅଭିଯାନ

ଗୁରୁଡିଝାଟିଆ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଯକ୍ଷ୍ମାରୋଗୀ ଅନ୍ୱେଷଣ ଅଭିଯାନ ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ଏକ ସଚେତନତା ରଥକୁ ସିଏଚସିର ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସ ମଙ୍ଗଳବାର ଉଦ୍‍ଘାଟନ କରିଥିଲେ। ଉକ୍ତ ରଥ ଓରଦା, ରାଧାକୃଷ୍ଣପୁର, ଖଣ୍ଡୁଆଳି, ଦୋରଡ, ଡେରା, ମୁଶୁଳିଆ, ରାଧାକିଶୋରପୁର, କାକ୍‍ସା, ଗୋବରା, ବେଣ୍ଟପଦା, ରାଜନଗର, କଲରାଗଡ, ମୁକ୍ତାଦେଇପୁର, ମାଟିକୋଟ ଗ୍ରାମଗୁଡିକରେ ପରିଭ୍ରମଣ କରିବା ସମୟରେ ଆଶାକର୍ମୀମାନେ ଘର ଘର ବୁଲି ରୋଗୀ ଚିହ୍ନଟ କରିଥିଲେ। ୨ୟ ଦିନରେ ରୋଗୀମାନଙ୍କୁ ଚିକିତ୍ସା ଶିବିରକୁ ନେଇ କଫ ପରୀକ୍ଷା ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ୨ ସପ୍ତାହରୁ ଅଧିକ କାଶ ହେଉଥିଲେ, ସନ୍ଧ୍ୟାରେ ଦେହ ଉଷୁମ ଲାଗୁଥିଲେ, ଭୋକ ନହେବା, ଓଜନ କମିଯିବା ଭଳି ଲକ୍ଷଣ ଦେଖାଦେବା ସହିତ ଯେଉଁ ବ୍ୟକ୍ତ ମଧୁମେହ ଓ ଏଚଆଇଭି ରୋଗରେ ପୀଡିତ ଥିବେ ସେମାନଙ୍କର ଯକ୍ଷ୍ମା ଅଛି କି ନାହିଁ ସୁନିଶ୍ଚିତ କରିବା ପାଇଁ ପରୀକ୍ଷା କରିବା ଲାଗି ପ୍ରାଥମିକତା ଦିଆଯିବ। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ, ଅଜୟ କୁମାର ରାଉତ, ନିତ୍ୟାନନ୍ଦ ହେମ୍ବ୍ରମଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories