ଶ୍ରୀମନ୍ଦିର ନୀତିକୁ ନେଇ ଗୃହରେ ତାତି, ଦିନ ୩ଟା ଯାଏଁ ଗୃହ ମୁଲତବି

0

ଭୁବନେଶ୍ବର: ଆଜି ପୁଣି ଗୃହ ଆରମ୍ଭରୁ ଅଚଳାବସ୍ଥା ଦେଖାଯାଇଛି। ଶ୍ରୀମନ୍ଦିର ନୀତି ବିଭ୍ରାଟକୁ ନେଇ କଂଗ୍ରେସ ଦଳ ଗୃହରେ ହଟ୍ଟଗୋଳ କରିଥିଲେ । କଂଗ୍ରେସ ବିଧାୟକ ଗୃହର ମଧ୍ୟଭାଗକୁ ଆସି ହୋହ୍ଲାଲା କରିବା ସହ ନାରାବାଜି ଦେଇଥିଲେ । ଫଳରେ ବାଚସ୍ପତି ଦିନ ୩ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଦୀର୍ଘ ଦୁଇ ବର୍ଷ ଦୁଇ ମାସ ପରେ ଶ୍ରୀମନ୍ଦିର ଜଗମୋହନ ​‌ଖୋଲିଥିଲା । ନିକଟରୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ  ନେଇ ଭକ୍ତଙ୍କ ମନରେ ନାହିଁ ନ ଥିବା ଉତ୍କଣ୍ଠା ଥିଲ। । କିନ୍ତୁ ଗର୍ଭଗୃହ ପ୍ରବେଶକୁ ନେଇ କୋର୍ଟଙ୍କ କଟକଣାରୁ ଆରମ୍ଭ ହୋଇଥିଲା ବିବାଦ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କେବଳ ଅଧିକୃତ ସେବାୟତଙ୍କ ଛଡା ଅନ୍ୟ କାହାରିକୁ ଛଡାଯିବ ନାହିଁ । ଏହାକୁ ନେଇ ସେବାୟତଙ୍କ ମନରେ ଅସନ୍ତୁଷ୍ଟ ଦେଖିବାକୁ ମିଳିଥିଲା। ଗତକାଲି ନୀତିକାନ୍ତିରେ ବିଳମ୍ବ ଯୋଗୁଁ ମହାପ୍ରଭୁଙ୍କ ନିକଟରେ ଅବଢ଼ା ଲାଗି ହୋଇ ପାରିନଥିଲା । ଫଳରେ ଲକ୍ଷ ଲକ୍ଷ ଭକ୍ତ ମନରେ ଆଘାତ ଲାଗିଥିଲା।

Leave A Reply