www.samajalive.in
Sunday, December 7, 2025
14.1 C
Bhubaneswar

ଏସିଆ କପ୍‌ କ୍ରିକେଟ : ଭାରତ-ବାଂଲାଦେଶ ମୁକାବିଲା ଆଜି

କଲମ୍ବୋ : ଶୁକ୍ରବାର ଏଠାରେ ଚଳିତ ଏସିଆ କପ୍‌ର ସୁପର-୪ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଭାରତ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ବାଂଲାଦେଶ ଫାଇନାଲରୁ ବାଦ୍‌ପଡ଼ିଛି। ତେଣୁ ଏହି ମ୍ୟାଚ୍‌ କେବଳ ଔପଚାରିକତା ପୂରଣ କରିବା ପାଇଁ ଖେଳାଯିବ। ତେବେ ଆଉ ୨୦ ଦିନ ପରେ ବିଶ୍ବକପ୍‌ ଥିବାରୁ ଏହି ମ୍ୟାଚ୍‌ରେ ଅନ୍ୟ କିଛି ଖେଳାଳିଙ୍କୁ ଖେଳାଇ ସେମାନଙ୍କ ଦକ୍ଷତା ପରଖିବାକୁ ଉଭୟ ଦଳ ଚାହିଁବେ। ଭାରତ ପ୍ରଥମ ୨ଟି ସୁପର-୪ ମ୍ୟାଚ୍‌ ଜିତିଥିବା ବେଳେ ୨ଟିଯାକ ମ୍ୟାଚ୍‌ରେ ବାଂଲାଦେଶ ପରାସ୍ତ ହୋଇଛି।
ଅଦ୍ୟାବଧି ଭାରତ ଏହି ଟୁର୍ଣ୍ଣାମେଣ୍ଟରୁ ଯାହା ଆଶା କରୁଥିଲା; ତାହା ପାଇସାରିଛି। ଅଧିନାୟକ ରୋହିତ ଶର୍ମା, ଶୁବ୍‌ମାନ ଗିଲ୍‌ ଓ ବିରାଟ କୋହଲି ବଡ଼ ସ୍କୋର୍‌ କରି ପାରିଛନ୍ତି। ଈଶାନ୍ କିଷନ୍‌ ଓ ହାର୍ଦିକ ପାଣ୍ଡ୍ୟା ଲଢ଼ୁଆ ଇନିଂସ ଖେଳିଛନ୍ତି। ଦୀର୍ଘ ଦିନ ପରେ କ୍ରିକେଟ୍‌କୁ ଫେରିବା ପରେ କେ.ଏଲ୍‌. ରାହୁଲ ଚମତ୍କାର ବ୍ୟାଟିଂ ଫର୍ମ ଦେଖାଇଛନ୍ତି। ପୁଣି ଯଶପ୍ରୀତ୍‌ ବୁମ୍‌ରା ତାଙ୍କର ପୁରୁଣା ବୋଲିଂ ଲୟରେ ନଜର ଆସୁଛନ୍ତି। କେବଳ ବାକିରହିଲା ଶ୍ରେୟାସ ଆୟରଙ୍କୁ ପରଖିବା। ଆୟର ଗୁରୁବାର ଅଭ୍ୟାସ କରିଛନ୍ତି। ତେଣୁ ଆୟରଙ୍କୁ ଖେଳିବାର ସୁଯୋଗ ମିଳିପାରେ। ସବୁକିଛି ଭାରତ ସପକ୍ଷରେ ଯାଇଥିବା ବେଳେ ବାଂଲାଦେଶ ପାଇଁ ଓଲଟା ହୋଇଛି। ଅଦ୍ୟାବଧି ବାଂଲାଦେଶ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ମ୍ୟାଚ୍‌ ଜିତିଛି। ତମିମ୍‌ ଇକ୍‌ବାଲ ଓ ଏବାଦତ୍ ହୋସେନ୍ ଆହତ ହୋଇ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଥିଲେ। ଲିଟନ୍ ଦାସ ଲିଗ୍‌ ପର୍ଯ୍ୟାୟରେ ଖେଳିନଥିଲେ। କ୍ରମାଗତ ୨ଟି ମ୍ୟାଚ୍‌ରେ ୮୯ ଓ ୧୦୪ ରନ୍‌ କରିବା ପରେ ନଜ୍‌ମୁଲ ହୋସେନ୍ ଶାନ୍ତୋ ଆହତ ହୋଇ ସ୍ବଦେଶ ଫେରି ଯାଇଥିଲେ। ଏବେ ମୁସ୍‌ଫିକୁର ରହିମ୍‌ ମଧ୍ୟ ପାରିବାରିକ କାରଣରୁ ସ୍ବଦେଶ ଫେରିଛନ୍ତି। ଯଦି ଆୟର ୧୦୦% ଫିଟ୍‌ ଥିବେ; ତେବେ ଈଶାନ୍ କିଷନ୍ କିମ୍ବା ରାହୁଲଙ୍କ ସ୍ଥାନରେ ଖେଳିପାରନ୍ତି। ମହମ୍ମଦ ସାମିଙ୍କୁ ଖେଳାଇ ଭାରତ ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦେଇପାରେ। ଆଉ ଗୋଟିଏ ୱିକେଟ ନେଲେ ୭ମ ଭାରତୀୟ ଭାବେ ରବୀନ୍ଦ୍ର ଜାଡ଼େଜା ୨୦୦ ଦିନିକିଅା ୱିକେଟ ପୂରଣ କରିବେ। ଆଉ ୯୬ ରନ୍‌ କଲେ ଶୁବ୍‌ମାନ ଗିଲ୍‌ ଚଳିତବର୍ଷ ବିଶ୍ବରେ ପ୍ରଥମ ବ୍ୟାଟ୍‌ସମ୍ୟାନ ଭାବେ ୧୦୦୦ ଦିନିକିଆ ରନ୍ ପୂରଣ କରିବେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories