ଆଷାଢ ମାସରେ କେଉଁ ପର୍ବ ପଡେ ?
ଆଷାଢ ମାସରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପର୍ବ ପଡେ।
ଏହି ମାସରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ।
ତନ୍ତ୍ର ଓ ଶକ୍ତି ସାଧନା ପାଇଁ ‘ଗୁପ୍ତ ନବରାତ୍ରି’ ଏହି ମାସରେ ପାଳନ କରାଯାଏ ।
ଏହି ମାସ ଭଗବାନ ବିଷ୍ଣୁଙ୍କ ଶୟନ ସମୟ ହୋଇଥାଏ ।
ତେଣୁ ଆଗାମୀ ୪ ମାସ ଯାଏଁ କୌଣସି ମାଙ୍ଗଳିକ କାର୍ଯ୍ୟ ହୁଏ ନାହିଁ ।
ଆଷାଢ ମାସର ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ଉତ୍ସବ ଭାବେ ପାଳନ କରାଯାଏ ।