www.samajalive.in
Tuesday, December 9, 2025
15.1 C
Bhubaneswar

ଓଡ଼ିଶା ଚାଷୀଙ୍କୁ ଖରିଫରେ ମିଳିବ ଉନ୍ନତ ଓ ଅଧିକ ଉତ୍ପାଦନକ୍ଷମ ବିହନ

ଭୁବନେଶ୍ବର: ଲକ୍ଡ଼ାଉନ ଯୋଗୁଁ ଚାଷବାସ କିଛିଟା ପଛେଇଛି। ଏପରି ସ୍ଥିତିରେ ଲକ୍ଡ଼ାଉନରେ ମଧ୍ୟ ଚାଷବାସ କାର୍ୟ୍ୟ କରାଯିବା ପାଇଁ କୋହଳ ଘୋଷଣା କରିଛନ୍ତି ସରକାର। ଲକ୍ଡ଼ାଉନ ଥିବା ସତ୍ତ୍ବେ ଚାଷବାସ କାମ ଚଳାଇ ରଖିବା ଓ ସାମାଜିକ ଦୂରତ୍ବ, ମାସ୍କ ପରିଧାନ ପରି ସାଧାରଣ ନିୟମ ପାଳନ କରି କାର୍ୟ୍ୟ କରାଯିବାକୁ ସରକାର କହିଛନ୍ତି। ଏହି ପରିପ୍ରେକ୍ଷୀରେ ଖରିଫ ଋତୁରେ ଚାଷୀଙ୍କୁ ଉନ୍ନତମାନ ଓ ଅଧିକ ଉତ୍ପାଦନକ୍ଷମ ବିହନ ଯୋଗାଇ ଦେବାକୁ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମନ୍ତ୍ରୀ ଅରୁଣ ସାହୁ ରାଜ୍ୟ ବିହନ ନିଗମ ପରିଚାଳିତ ସାମନ୍ତରାପୁରସ୍ଥିତ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ବୁଲି ଦେଖିବା ସହିତ ରାଜ୍ୟ ବିହନ ପରୀକ୍ଷାଗାର, ଜିନ୍‌ ବ୍ୟାଙ୍କ୍‌ ଏବଂ ଚନ୍ଦକାସ୍ଥିତ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଡ. ସାହୁ ବିହନର ନମୁନା ସଂଗ୍ରହ, ପ୍ରକ୍ରିୟାକରଣଏବଂ ପ୍ୟାକିଂ ଆଦି ହେଉଥିବା କାର୍ୟ୍ୟକୁ ଅନୁଧ୍ୟାନ କରିଥିଲେ। ଏଥି ସହିତ ସେଠାରେ ଥିବା ବିହନର ଏକ ଜିନ୍‌ବ୍ୟାଙ୍କ ମଧ୍ୟ ବୁଲି ଦେଖିଥିଲେ। ଏହି ଜିନ୍‌ ବ୍ୟାଙ୍କରେ ପ୍ରାୟ ୧୨୦୦ରୁ ୧୩୦୦ ପ୍ରକାରର ବିହନ ସାଇତି ରଖାଯାଇଥିବା ମନ୍ତ୍ରୀ ଦେଖିଥିଲେ।

- Advertisement -

ଏହାପରେ ମନ୍ତ୍ରୀ ଓଡ଼ିଶା ରାଜ୍ୟ ବିହନ ନିଗମର ଚନ୍ଦକାସ୍ଥିତ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ ମଧ୍ୟ ପରିଦର୍ଶନ କରିଥିଲେ। ସେଠାରେ ବିହନର ପ୍ରକ୍ରିୟାକରଣ, ନମୁନା ସଂଗ୍ରହ ଏବଂ ଗୋଦାମରେ ବିହନ କିପରି ସୁରକ୍ଷିତ ଭାବେ ରଖାଯାଉଛି ସେ ସବୁକୁ ବୁଲି ଦେଖିଥିଲେ। ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ମିଶ୍ର ଏବଂ ଉପସ୍ଥିତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ଆଲୋଚନା କରିବା ଅବସରରେ ରାଜ୍ୟରେ କୋଭିଡ୍‌-୧୯ ପରିସ୍ଥିତିରେ ଚାଷୀମାନଙ୍କୁ ବିହନ ଯୋଗାଇଦେବା ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ପଚାରି ବୁଝିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories