www.samajalive.in
Monday, December 8, 2025
27.1 C
Bhubaneswar

ଭାରତକୁ ଆସିଲା ଗୁଗଲ ଓ୍ବାଲେଟ୍ ଆପ୍, ଅନେକ କାମକୁ କରିବ ସରଳ

ନୂଆଦିଲ୍ଲୀ : ଟେକ୍ କମ୍ପାନୀ ଗୁଗଲ ଭାରତରେ ଆଣ୍ଡ୍ରଏଡ୍ ଉପଭୋକ୍ତାଙ୍କ ପାଇଁ ବୁଧବାର ମେ ୮ ରେ ପ୍ରାଇଭେଟ୍ ଡିଜିଟାଲ ଓ୍ବାଲେଟ୍ ଲଞ୍ଚ୍ କରିଦେଇଛି । ଏହି ଆପରେ ୟୁଜର୍ସ ଡେବିଟ୍ କାର୍ଡ, କ୍ରେଡିଟ କାର୍ଡ, ଲୟାଲ୍ଟି କାର୍ଡ, ଗିଫ୍ଟ କାର୍ଡ, ଇଭେଣ୍ଟ ଟିକେଟ୍ ଏବଂ ପାସ୍ ସମେତ ଅନ୍ୟ ଜିନିଷକୁ ଷ୍ଟୋର କରିବା ପାଇଁ ବ୍ୟବହାର କରିପାରିବେ ।

ଏହି ଆପ୍ ଗୁଗଲ ପେ ଆପଠୁ ଅଲଗା ଯାହା ପଇସା ଏବଂ ଫାଇନାନ୍ସକୁ ମ୍ୟାନେଜ କରିବାରେ ସାହାଯ୍ୟ କରେ ।  ଭାରତୀୟ ମାର୍କେଟରେ ନିଜ ଉପସ୍ଥିତି ବଢାଇବା ପାଇଁ ଗୁଗଲ ୨୦ରୁ ଅଧିକ ବ୍ରାଣ୍ଡ୍ସ ସହିତ ପାର୍ଟନରସିପ୍ କରିଛି । ଏଥିରେ ପିଭିଆର୍ ଏବଂ ଆଇନକ୍ସ, ଏୟାର ଇଣ୍ଡିଆ, ଇଣ୍ଡିଗୋ, ଫ୍ଲିପକାର୍ଟ, ପାଇନ ଲାବ୍ସ, କୋଚି ମେଟ୍ରୋ ଏବଂ ଅଭିବସ୍ ସହିତ ଅନ୍ୟ ବ୍ୟବସାୟ ସାମିଲ । ଗୁଗଲ ଓ୍ବାଲେଟରେ ଉପଭୋକ୍ତା ଇ-କମର୍ସ ଓ୍ବେବସାଇଟ୍ ଫ୍ଲିପକାର୍ଟରେ ମିଳୁଥିବା ସୁପରକଏନ୍, ସପର୍ସ ଷ୍ଟପ୍ ଏବଂ ଅନ୍ୟ ବ୍ରାଣ୍ଡକୁ ଗିଫ୍ଟ କାର୍ଡ ଷ୍ଟୋର୍ କରିପାରିବେ ।

ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ – ନିର୍ବାଚନ ଲଢ଼ିବେ ୬୯୫ ପ୍ରାର୍ଥୀ

- Advertisement -

କହିରଖୁଛୁ ଗୁଗଲ ଓ୍ବାଲେଟ୍ ଆପ୍ଲିକେସନକୁ ସର୍ବ ପ୍ରଥମେ ୨୦୧୧ରେ କିଛି ଦେଶରେ ଲଞ୍ଚ୍ କରାଯାଇଥିଲା । ୨୦୧୮ ରେ ଆଣ୍ଡ୍ରଏଡ୍ ଆପ୍ଲିକେସନ ସହିତ ମିଶି ଗୁଗଲ ଓ୍ବାଲେଟକୁ ଗୁଗଲ ପେ ଭାବେ ପ୍ରସ୍ତୁତ କରାଯାଇଥିଲା । ୨୦୨୨ରେ ଗୁଗଲ ନିଜ ବୈଶିକ ଗୁଗଲ ପେକୁ ନାଁ ବଦଳାଇ ଗୁଗଲ ଓ୍ବାଲେଟ୍ କରିଥିଲା । ଏବେ ଏହି ଓ୍ବାଲେଟକୁ ଭାରତରେ ଲଞ୍ଚ୍ କରାଯାଇଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories