www.samajalive.in
Monday, December 8, 2025
20.1 C
Bhubaneswar

ଜେଲ୍‌ ଗଲେ ଦୁଇ ପକ୍ଷୀ ଶିକାରୀ

କଲମପୁର: ଜଙ୍ଗଲରେ ଜାଲ ବିଛାଇ ପକ୍ଷୀ ଶିକାର କରିବା ଦୁଇ ଶିକାରୀଙ୍କୁ ମହଙ୍ଗା ପଡ଼ିଛି। ମଙ୍ଗଳବାର ଦୁଇ ପକ୍ଷୀ ଶିକାରୀଙ୍କୁ ଗିରଫ କରିଛନ୍ତି ବନ କର୍ମଚାରୀ। କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର. କୈଲାଇ ଭାନମ କିଛଇ କର୍ମଚାରୀଙ୍କୁ ନେଇ ଥୁଆମୁଳ ରାମପୁର ବନାଞ୍ଚଳ ଅଧିନସ୍ଥ କାଞ୍ଜିକୋନା ଜଙ୍ଗଲରେ ପାଟ୍ରୋଲିଂ କରୁଥିବାବେଳେ ଜୁନାଗଡ଼ ଥାନା ଅଧିନସ୍ଥ ଚୋର ଖସିଗୁଡା ଗ୍ରାମର ବିକ୍ରମ ମାଝୀ ଏବଂ ଚାଂଚ୍ରି ମାଝୀ ନାମକ ଦୁଇ ପକ୍ଷୀ ଶିକାରୀ ଜାଲ ଏବଂ ଫାସ ପକାଇ ପକ୍ଷୀ ଶିକାର କରୁଥିଲେ। କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ସେମାନଙ୍କ ନିକଟକୁ ଯାଇ ସେମାନେ ଜାଲରେ ଧରିଥିବା କିଙ୍ଗଫିସର ଏବଂ ସ୍ପୋଟେଡ ଡକ ଦୁଇଟି ପକ୍ଷୀ ଉଦ୍ଧାର କରିଥିଲେ। ଏହାସହ ପକ୍ଷୀ ଶିକାରରେ ବ୍ୟବହୃତ ଜାଲ ସମେତ ଅନ୍ୟ ସାମଗ୍ରୀକୁ ଜବତ କରି ଦୁଇ ଜଣକୁ ଥୁଆମୁଳ ରାମପୁର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଟକ ରଖି ଘଟଣାର ତଦନ୍ତ କରିଥିଲେ।

ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନରେ ଦୁହେଁ ଥୁଆମୁଳ ବନାଞ୍ଚଳ ଅଧିନସ୍ଥ କାଞ୍ଜିକୋନା ଜଙ୍ଗଲରେ ଜାଲ ଏବଂ ଫାସ ବିଛାଇ ପକ୍ଷୀ ଶିକାର କରୁଥିଲେ। ଏହି ସମୟରେ ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର. କୈଲାଇ ଭାନମ ନିଜେ ପାଟ୍ରୋଲିଂ କରୁଥିଲେ। ଚୋର ଖସିଗୁଡା ଗ୍ରାମର ବିକ୍ରମ ମାଝୀ ଏବଂ ଚାଂଚ୍ରି ମାଝୀ, ନାମକ ଦୁଇ ପକ୍ଷୀ ଶିକାରୀ ଶିକାର କରିଥିବାବେଳେ ସେମାନଙ୍କଠାରୁ ଗୋଟିଏ କିଙ୍ଗଫିସର ଏବଂ ଗୋଟିଏ ସ୍ପୋଟେଡ ଡକ ପକ୍ଷୀ ସମେତ ବନଖଣ୍ଡ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ। ଦୁଇ ପକ୍ଷୀ ଶିକାରୀଙ୍କୁ ଧରିବା ସହ ପକ୍ଷୀ ଶିକାରରେ ବ୍ୟବହାର କରାଯାଉଥିବା ଜାଲ ଏବଂ ଅନ୍ୟ ସାମଗ୍ରୀ ଜବତ କରିଥିଲେ। ଏନେଇ ଥୁଆମୁଲ ରାମପୁର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ କେସନଂ ୧୬/୨୦୨୪/୨୫ରେ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଥିଲେ। ବୁଧବାର ସକାଳେ ସେମାନଙ୍କୁ ଜୁନାଗଡ଼ ଜେଏମଏଫସିକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ଉଭୟ ପକ୍ଷୀ ଶିକାରୀଙ୍କୁ ଧର୍ମଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ଏସିଏଫ ପ୍ରଫୁଲ୍ଲ କୁମାର ଧରୁଆ ନିୟୋଜିତ ହେଇଛନ୍ତି।

- Advertisement -

 

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories