ତିଗିରିଆ : ତିଗିରିଆ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ସୂଚନା ଲୋକ ସଂପର୍କ ଏବଂ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ସହଯୋଗରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଲୋକକଳାର ପ୍ରଚାର ଓ ପ୍ରସାର ନିମନ୍ତେ ୨ ଦିନିଆ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦଘାଟିତ ହୋଇଯାଇଛି । ବ୍ଲକ ସ୍ତରୀୟ କଳା ସସ୍କୃତି ସଂଘର ସଭାପତି ତଥା ବିଡ଼ିଓ ପ୍ରଣବ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରିଆ ମଠାଧୀଶ ସଦାନନ୍ଦ ଦାସମହାରାଜ ଶିବିର ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମାନସ ସାହୁ ଜିଲାପରିଷଦ ସଭ୍ୟ ସଞ୍ଜୟ କୁମାର ମଲ୍ଲିକ ଓ ସସ୍ମିତା ରାଉତ ଯୋଗଦେଇ କଳାକାରଙ୍କ ଜୀବନ ଜୀବିକା ଓ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଶିକ୍ଷକ ଭାବେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ସମନ୍ବିତ ଶିଶୁ ବିକାଶ ବିଭାଗର ଅଧିକାରୀମାନେ ଉପସ୍ଥିତ କଳାକାରଙ୍କୁ ସରକାରଙ୍କର ବିଭିନ୍ନ ଜନମଙ୍ଗଳ ଜନକଲ୍ୟାଣକାରୀ ଯୋଜନା, ବିଶେଷକରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ ଯୋଜନା, ମଧୁବାବୁ ପେନସନ, ମମତା, ମିଶନ ଶକ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା, ଫସଲ ଋଣର ସୁଧ ରିହାତି , ଆମ ହସ୍ପିଟାଲ , କ୍ରୀଡ଼ା, ଏବଂ ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଏହା ସହିତ ପ୍ରଶିକ୍ଷଣ ସମ୍ପର୍କିତ ପ୍ରଚାରପତ୍ର ବିତରଣ କରାଯାଇଥିଲା ।
Related Posts
ଶିବିରରେ ବ୍ଳକର ୨୨୫ ଦଳ କଳାକାରଙ୍କ ସଭାପତିମାନେ ଯୋଗ ଦେଇଥିଲେ।ଏହି ପ୍ରଶିକ୍ଷଣ ଶିବିରର ତାଲିମପ୍ରାପ୍ତ କଳାକାରମାନେ ବିଭିନ୍ନ ପଞ୍ଚାୟତ ଅନ୍ତର୍ଗତ ଗ୍ରାମାଞ୍ଚଳରେ ସରକାରୀ ଯୋଜନାଗୁଡିକର ଲକ୍ଷ୍ୟ ଆଭିମୁଖ୍ୟ ଓ ଉପାଦେୟ ସମ୍ପର୍କରେ କଳା ମାଧ୍ୟମରେ ଜନ ସଚେତନ କରିବା ଏହି ପ୍ରଶିକ୍ଷଣ ଶିବିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଡିଓ ଶ୍ରୀ ବେହେରା ପ୍ରକାଶ କରିଥିଲେ। ଶୁକ୍ରବାର ଏହି ଶିବିର ଉଦ୍ଯାପିତ ହେବ।
ଏହି ଶିବିର ପରିଚାଳନାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ, ଅତିରିକ୍ତ ବିଡ଼ିଓ ଯଜ୍ଞାସେନୀ ଗୋଚ୍ଛାୟତ, ବ୍ଲକ କଳା ଓ ସଂଘର ଉପସଭାପତି ହେମଲତା ଦେଇ, ସମ୍ପାଦକ ତଥା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଗଙ୍ଗାଧର ବେହେରା ପ୍ରମୁଖ ସହଯୋଗ କରିଥିଲେ।
Comments are closed.