କେନ୍ଦୁଝର ଜିଲାପାଳଙ୍କ ନାମରେ ଗିରଫ ପରୱାନା ଜାରି
ଭୁବନେଶ୍ବର: ଜାତୀୟ ଜନଜାତି ଆୟୋଗଙ୍କ ପକ୍ଷରୁ କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କ ନାମରେ ଗିରଫ ପରୱାନା ଜାରି କରାଯାଇଛି। ଜିଲାପାଳଙ୍କୁ ଜନଜାତି ଆୟୋଗଙ୍କ ପାଖରେ ହାଜର ହେବାକୁ ପାଇଁ ନିର୍ଦେଶ ଦିଆଯାଇଛି। ଏକାଧିକ ମାମଲାରେ ଜିଲାପାଳଙ୍କୁ ହାଜର ପାଇଁ ନିର୍ଦ୍ଦେଶ ରହିଥିଲା। ବାରମ୍ବାର ବିଜ୍ଞପ୍ତି ଜାରି କରାଯିବା ପରେ ବି ଜିଲାପାଳ ହାଜର ହୋଇନଥିଲେ। ତେଣୁ କେନ୍ଦୁଝର ଜିଲାପାଳଙ୍କୁ ଆଣି ଆୟୋଗଙ୍କ ଠାରେ ହାଜର କରାଇବାକୁ ପୁଲିସ ମହାନିର୍ଦେଶ ସୁନୀଲ ବଂଶଲଙ୍କୁ ନିର୍ଦେଶ ଦେଲେ ଜନଜାତି କମିଶନ। ବାରମ୍ବାର ସମନ କରାଯିବା ସତ୍ତ୍ୱେ ଜିଲାପାଳ ହାଜର ହେଉନଥିବାରୁ ଗିରଫ ପରୱାନା ଜାରି କରାଯାଇଛି । ଜନଜାତି ଉତ୍ପୀଡ଼ନ ସଂପର୍କିତ ବିଭିନ୍ନ ମାମଲାରେ ହାଜର ପାଇଁ ପୂର୍ବରୁ ନିର୍ଦେଶ ରହିଥିଲା। ଏନେଇ ବାରମ୍ବାର ସମନ ଜାରି କରାଯିବା ସତ୍ତ୍ୱେ ଜିଲାପାଳ ହାଜର ହେଉନଥିବାରୁ ବାଧ୍ୟ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜନଜାତି ଆୟୋଗ।
ଏପ୍ରିଲ ୧୩ ତାରିଖ ସକାଳ ୧୧ଟା ମଧ୍ୟରେ ଜିଲାପାଳ ଶ୍ରୀ ଠାକରେଙ୍କୁ ଆୟୋଗଙ୍କ ନିକଟରେ ହାଜର କରାଇବାକୁ ପୁଲିସ ମହାନିର୍ଦେଶକ ସୁନୀଶ କୁମାର ବଂଶଲଙ୍କୁ ନିର୍ଦେଶ ଦିଆଯାଇଛି। ଯଦି ଏହି ନିର୍ଦେଶକୁ କାର୍ଯ୍ୟକାରୀ କରା ନଗଲେ, ତା’ର କାରଣ ସଂପର୍କରେ ୧୩ ତାରିଖ ସୁଦ୍ଧା ଜଣାଇବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।
Comments are closed.