ଜମ୍ମୁ-କାଶ୍ମୀରରେ ୫୦ ଆତଙ୍କବାଦୀ ସକ୍ରିୟ
ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ବର୍ତ୍ତମାନ ପାଖାପାଖି ୫୦ଜଣ ଆତଙ୍କବାଦୀ ସକ୍ରିୟ ଥିବା ସେଠାକାର ପୁଲିସ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଆତଙ୍କବାଦ ରୋକିବାକୁ କେନ୍ଦ୍ର ସରକାରଙ୍କ ତରଫରୁ କଠୋର ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ଏଠାରେ ଆତଙ୍କବାଦୀଙ୍କ ସଂଖ୍ୟା ବହୁମାତ୍ରାରେ ହ୍ରାସ ଘଟିଥିବା ସେଠାକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜମ୍ମୁ-କାଶ୍ମୀରରେ ୨୯ଜଣ ସ୍ଥାନୀୟ ଆତଙ୍କବାଦୀ ରହିଥିବା ବେଳେ ୨୦ରୁ ୨୪ଜଣ ବିଦେଶ ଆତଙ୍କବାଦୀ ରହିଥିବା ପୁଲିସ ତରଫରୁ କରାଯାଇଥିବା ଗଣନାରୁ ଜଣାପଡ଼ିଛି।
Comments are closed.