ସହିଦଙ୍କ ଛୋଟ ଝିଅର ସ୍ନେହଭରା ସନ୍ଦେଶ, ‘ସେନା ଆମମାନଙ୍କୁ ସ୍ନେହ କରିବା ପାଇଁ ଅଛି ,ଖରାପ ଅଙ୍କଲଙ୍କ ସହ ଲଢେ ସେନା’
ନୂଆଦିଲ୍ଲୀ ..- ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏବେ ଏକ କଅଁଳ ଶିଶୁ ନୈନାର ସ୍ନେହଭରା ସନ୍ଦେଶ ଭାଇରାଲ ହେବାରେ ଲାଗିଛି । ଏଥିରେ ସହିଦ ମେଜର ଅକ୍ଷୟ ଗିରୀଶଙ୍କ ଝିଅ କଅଁଳ ସ୍ୱରରେ ସେନାର କାମକୁ ପ୍ରଶଂସା କରିଛି । ୨୯ ନଭେମ୍ବର ୨୦୧୬ ମସିହାରେ ନାଗରୋଟା ଆତଙ୍କବାଦୀ ଆକ୍ରମଣରେ ଅକ୍ଷୟ ଗିରୀଶ ସହିଦ ହୋଇଥିଲେ । ମାତ୍ର ଏହାର କିଛି ଦିନ ପୂର୍ବରୁ ସେ ନିଜର ଛୋଟ ଝିଅ ସହ ଫୋନ୍ରେ କଥାବାର୍ତ୍ତା ହେଉଥିଲେ ।
ସେନା ଆମମାନଙ୍କୁ ସ୍ନେହ କରିବା ପାଇଁ ଅଛି । ଦେଶର ସୁରକ୍ଷା ପାଇଁ ସେନା ଖରାପ ଅଙ୍କଲଙ୍କ ସହ ଯୁଦ୍ଧ କରିଥାଏ ବୋଲି କହିଥିଲେ । ସେନା ଆମକୁ ସାହାଯ୍ୟ କରିଥାଏ । ଆମକୁ ଡରାଇବା ପାଇଁ ନୁହେଁ ବୋଲି ଛୋଟ ପିଲାଟି କହିଛି । ସେନା ଜୟ ହିନ୍ଦ୍ କରିଥାଏ। ଏ କଥା ତାହାର ବୀର ସହିଦ ପିତା କହିଥିଲେ ବୋଲି ପିଲାଟି କହିଛି ।
ସହିଦ ମେଜରଙ୍କ ମାଆ ମେଘନା ଗିରୀଶ ଏହାକୁ ଉତ୍ତୋଳନ କରିବା ସହ ଟ୍ୱିଟରରେ ପୋଷ୍ଟ କରିଥିଲେ । ହଜାର ହଜାର ସଂଖ୍ୟାରେ ଲୋକ ଏହାକୁ ଦେଖିବା ସହ ସେୟାର କରିଛନ୍ତି । ଅନେକ ଛୋଟ ପିଲାଟିର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
A year after Akshay’s martyrdom, Naina recollects conversations with her papa.
Here she teaches us what ‘Army is…’
This random video captures innocence and faith.
Love is an emotion.
Her papa’s love for the Army and Countrymen also stays within her.
Jai Hind. @adgpi pic.twitter.com/kWecbp1Tax
— Meghna Girish (@megirish2001) February 11, 2019