ସୋମବାର ସେନା କମାଣ୍ଡରଙ୍କ ବୈଠକ

0

ନୂଆଦିଲ୍ଲୀ : ସୋମବାରଠାରୁ ସେନା କମାଣ୍ଡରଙ୍କ ୬ଦିନିଆ ବୈଠକ ଆରମ୍ଭ ହେବାକୁ ଯାଉଛି। ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଚୀନ ଓ ପାକିସ୍ତାନ ସୀମା ସୁରକ୍ଷା ମୁଖ୍ୟ ପ୍ରସଙ୍ଗ ରହିବ। ଏହି ଦୁଇ ସୀମାରେ ଘଟୁଥିବା ପରିସ୍ଥିତିକୁ କିପରି ମୁକାବିଲା କରାଯାଇପାରିବ ତା’ ଉପରେ ଆଲୋଚନା କରାଯିବ। ଏହା ସହିତ ଚୀନ ସୀମାରେ ସାମରିକ ଭିତ୍ତିଭୂମି ନିର୍ମାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ସେନାର ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି।

Leave A Reply