www.samajalive.in
Monday, December 15, 2025
24.1 C
Bhubaneswar

ମୁମ୍ବଇ ଇଣ୍ଡିଆନ୍‍ସରେ ସଚିନଙ୍କ ପୁଅ ଅର୍ଜୁନ!

ଦୁବାଇ : ଗତ କିଛିଦିନ ହେଲା ଏହି ଚର୍ଚ୍ଚା ଜୋରଧରିଛି ଯେ କ୍ରିକେଟ୍‍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ଆଇପିଏଲ୍‍ ଦଳ ମୁମ୍ବଇ ଇଣ୍ଡିଆନ୍‍ସରେ ଯୋଗ ଦେଇଛନ୍ତି। ଗତ କିଛିଦିନ ହେଲା ଅର୍ଜୁନ ୟୁଏଇରେ ଥିବା ୪ ଥରର ଚମ୍ପିଆନ୍‍ ମୁମ୍ବଇ ଇଣ୍ଡିଆନ୍‍ସ ଖେଳାଳିଙ୍କ ସହ ରହୁଛନ୍ତି ଏବଂ ସେମାନଙ୍କ ସହ ଅଭ୍ୟାସ ମଧ୍ୟ କରୁଛନ୍ତି। ବାମହାତି ପେସ୍‍ ବୋଲର ଓ ମଧ୍ୟକ୍ରମ ବ୍ୟାଟ୍‍ସମ୍ୟାନ ଅର୍ଜୁନ ତେନ୍ଦୁଲକର ମୁମ୍ବଇ ପାଇଁ ଘରୋଇ କ୍ରିକେଟ୍‍ ଖେଳିଛନ୍ତି। ନିକଟରେ ଅର୍ଜୁନ ତାଙ୍କ ଇନ୍‍ଷ୍ଟାଗ୍ରାମ୍‍ ପୃଷ୍ଠାରେ ଏକ ଫଟୋ ଛାଡ଼ିଛନ୍ତି। ପରେ ଏହି ଫଟୋ ୟୁଏଇର ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଛି। ଏଥିରେ ମୁମ୍ବଇ ଇଣ୍ଡିଆନ୍‍ସ ରହୁଥିବା ହୋଟେଲର ସ୍ୱିମିଙ୍ଗ୍‍ ପୁଲ୍‍ରେ ଦଳର ଅନ୍ୟ ଖେଳାଳିଙ୍କ ସହ ଅର୍ଜୁନଙ୍କୁ ଦେଖିବାକୁ ମିଳିଛି। ଏହି ଫଟୋରେ ଅର୍ଜୁନଙ୍କ ସହ ଟ୍ରେଣ୍ଟ ବୋଲ୍‍ଟ, ଜେମ୍‍ସ ପ୍ୟାଟିନ୍‍ସନ ଓ ରାହୁଲ ଚହରଙ୍କ ପରି ଖେଳାଳି ରହିଛନ୍ତି। ଅର୍ଜୁନ୍‍ ଆଇପିଏଲ୍‍ ନିଲାମରେ ସାମିଲ ହୋଇନଥିବା ବେଳେ ତାଙ୍କ ଫଟୋ ଦେଖି କ୍ରିକେଟ୍‍ପ୍ରେମୀ ପ୍ରଶ୍ନ କରିଛନ୍ତି- ମୁମ୍ବଇ ଇଣ୍ଡିଆନ୍‍ସ ଶିବିରରେ ଅର୍ଜୁନ ତେନ୍ଦୁଲକର କ’ଣ କରୁଛନ୍ତି? ତେବେ ମୁମ୍ବଇ ଇଣ୍ଡିଆନ୍‍ସର ନିକଟତମ ସୂତ୍ରରୁ ପ୍ରକାଶ ଯେ ନେଟ୍‍ ବୋଲର ଭାବେ ମୁମ୍ବଇ ଇଣ୍ଡିଆନ୍‍ସ ସହ ଅର୍ଜୁନ ୟୁଏଇ ଆସିଛନ୍ତି। ସେ ନେଟ୍‍ସରେ ମୁମ୍ବଇର ବ୍ୟାଟ୍‍ସମ୍ୟାନଙ୍କୁ ବୋଲିଂ କରୁଛନ୍ତି। ପୂର୍ବରୁ ଏକାଧିକ ଥର ଅର୍ଜୁନଙ୍କୁ ଭାରତୀୟ ଦଳର ନେଟ୍‍ସରେ ମଧ୍ୟ ଦେଖିବାକୁ ମିଳିଥିଲା। ୨୦୧୭ ବିଶ୍ୱକପ୍‍ ଫାଇନାଲ ପୂର୍ବରୁ ଅର୍ଜୁନ ଭାରତୀୟ ମହିଳା କ୍ରିକେଟରଙ୍କୁ ବୋଲିଂକରିବାର ଦେଖା ଯାଇଥିଲା। ଏହା ସ୍ପଷ୍ଟ ଯେ ଜଣେ ନେଟ୍‍ ବୋଲର ଭାବେ ଅର୍ଜୁନ ମୁମ୍ବଇ ଇଣ୍ଡିଆନ୍‍ସ ଦଳ ସହ ଅଛନ୍ତି। ହେଲେ ଏହି ଦଳର କୌଣସି ବୋଲର ଆହତହୋଇ ଟୁର୍ଣ୍ଣାମେଣ୍ଟକୁ ବାଦ୍‍ପଡ଼ିଲେ ନୀତା ଅମ୍ବାନିଙ୍କ ଦଳ ଅର୍ଜୁନ ତେନ୍ଦୁଲକରଙ୍କ ସହ ଚୁକ୍ତି କରିବା ସମ୍ଭାବନାକୁ ଏଡ଼ାଇ ଦିଆ ଯାଇନପାରେ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories