www.samajalive.in
Saturday, December 13, 2025
14.1 C
Bhubaneswar

କରୋନାକୁ ହେଳା କରିବା ଅନୁଚିତ : ମନପ୍ରୀତ

ନୂଆଦିଲ୍ଲୀ : କରୋନା ଆକ୍ରାନ୍ତଙ୍କୁ ହେଳା କରନାହିଁ। କରୋନା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ଚିକିତ୍ସା ଲାଗି ଉପଯୁକ୍ତ ସୁବିଧାସୁଯୋଗ ଯୋଗାଇ ଦେବା ଆବଶ୍ୟକ ବୋଲି ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ୍‌ ସିଂହ କହିଛନ୍ତି। ମନ୍‌ପ୍ରୀତ୍‌ କହିଛନ୍ତି ଯେ, ଗତ ଅଗଷ୍ଟ ୭ରେ ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ) ସେଣ୍ଟରରେ ଟୋକିଓ ଅଲିମ୍ପିକ୍‌ସ ପାଇଁ ଚାଲିଥିବା ପ୍ରସ୍ତୁତି ଶିବିରରେ ଯୋଗଦେଇ ଖେଳାଳିମାନଙ୍କ ମଧ୍ୟରୁ ୪ଜଣଙ୍କ ଗତ ଅଗଷ୍ଟ ୭ରେ ଜାତୀୟ ଶିବିରରେ ଥିବା ୪ଜଣଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏଥିରେ ମୁଁ ମଧ୍ୟ ଅନ୍ତର୍ଭୁକ୍ତ ଥିଲି। ଏହାକୁ ନେଇ ମୋ ମନ ଭିତରେ ଭୟ ସୃଷ୍ଟି ହୋଇଥିଲା। କିନ୍ତୁ ପଞ୍ଜାବରେ ରହୁଥିବା ପରିବାର ଲୋକଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ମୁଁ ୧୪ ଦିନିଆ ସଂଗରୋଧରେ ରହିବା ପରେ ଶିବିରରେ ଯୋଗଦେବି। ଏବେ ନିୟମିତ ବ୍ୟାୟାମ ଉପରେ ସର୍ବାଧିକ ଗୁରୁତ୍ବ ଦେଉଛି। କରୋନା ଆକ୍ରାନ୍ତଙ୍କୁ କେବେହେଲେ ହେଳା କରାଯିବା ଅନୁଚିତ ବୋଲି ମନପ୍ରୀତ୍‌ କହିଛନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ମାନସିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିଲା। ସାଇ ମେଡ଼ିକାଲ ଟିମ୍‌ଙ୍କ ଚିକିତ୍ସା ମୋ ମନୋବଳକୁ ସୁଦୃଢ କରିଥିଲେ। କରୋନା ଭଳି ମାରାତ୍ମକ ରୋଗରୁ ନିଜକୁ ଦୂରରେ ରଖିବା ନେଇ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଉଦ୍ୟମ କରିବା ଆବଶ୍ୟକ। କାରଣ ଏଥିପ୍ରତି​ ହେଳା କଲେ ଏହାର ଶିକାର ହେବା ଅସମ୍ଭବ ନୁହେଁ ବୋଲି ମନପ୍ରୀତ୍‌ କହିଛନ୍ତି। ହସ୍ପିଟାଲରେ ଥିବା ସମୟରେ ନେ​‌େ​‌ଗଟିଭ୍‌ ମନୋଭାବରେ ରହିବାକୁ ପଡ଼ୁଥିଲା। କାରଣ ମୋ ସହିତ ସାଥି ଖେଳାଳି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ନିୟମିତ ଜୁମ୍‌ରେ ବୈଠକ ସହ ଆଲୋଚନା କରୁଥିଲି। ଯାହା ଫଳରେ ସମୟ ଅତିବାହିତ ହୋଇପାରୁଥିଲା ବୋଲି ମନପ୍ରୀତ୍‌ କହିଛନ୍ତି।ଏବେ କୋଭିଡ଼ ମୁକ୍ତ ହେବା ପରେ ଦୁଇ ସପ୍ତାହ ମଧ୍ୟରେ ପ୍ରଶିକ୍ଷଣ ଶିବିରକୁ ଫେରିବି। ଏବେ ସ୍ବଳ୍ପ ବ୍ୟାୟାମ କରୁଛି ବୋଲି ମନପ୍ରୀତ୍‌ କହିଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories