ଅର୍ଜୁନଙ୍କୁ ଧମକ

0

ବୋନି କପୁର ଓ ମୋନା କପୁରଙ୍କ ବଡ଼ ପୁଅ ହେଲେ ଅଭିନେତା ଅର୍ଜୁନ କପୁର। ନିକଟରେ ୩୩ ବର୍ଷରେ ପାଦ ଦେଇଥିବା ଅର୍ଜୁନ ଏଥରକ ନିଜ ଜନ୍ମଦିନ ପାଳନ କରିନଥିଲେ। କାରଣ ସାବତ ମା’ ଶ୍ରୀଦେବୀଙ୍କ ସ୍ମୃତିରେ ସେ ଏ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ବୋଲି କିଛିଦିନ ପୂର୍ବରୁ ହିଁ ବାପାଙ୍କୁ ଜଣାଇଥିଲେ। ହେଲେ ତାଙ୍କ ପରିବାର ଲୋକେ ଅର୍ଜୁନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପହାର ମଧ୍ୟ ପ୍ରଦାନ କରିଥିଲେ। ଏଇ ଅବସରରେ ତାଙ୍କ ଜେଜେ ମା’ ନିର୍ମଳ କପୁର ଗେହ୍ଲା ନାତିଙ୍କୁ ଏକ ସୁନ୍ଦର ତଥା ଦାମୀ ହୀରା ମୁଦି ଭେଟି ଦେବା ସହ ଏକ ଚିଠି ମଧ୍ୟ ଦେଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ଅର୍ଜୁନ ତୋତେ ଏବେ ଧମକ ଦେଉଛି ଯେ ଯଥା ଶୀଘ୍ର ବିବାହ କର। ବାପା ବୋନିଙ୍କ ଇଚ୍ଛା ମଧ୍ୟ ସମାନ। ତେବେ ଅର୍ଜୁନ କହିଛନ୍ତି ସମସ୍ତଙ୍କ ଇଚ୍ଛା ପୂରଣ ହେବ। ହେଲେ ପ୍ରଥମେ ତାଙ୍କ ୩ ଭଉଣୀ(ଅଂଶୁଲା, ଜାହ୍ନବୀ, ଖୁସି)ଙ୍କ ବିବାହ ହୋଇଯାଉ। ଏହା ପରେ ସେ ନିଶ୍ଚିନ୍ତରେ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ। ୨ ବର୍ଷ ତଳେ ଏକ ସାକ୍ଷାତକାରରେ ଯେତେବେଳେ ଅର୍ଜୁନଙ୍କ ସାକ୍ଷାତକାର ନିଆଯାଇଥିଲା, ଶ୍ରୀଦେବୀଙ୍କ ପ୍ରସଙ୍ଗରେ ସେ କହିଥିଲେ ଏ ସମ୍ପର୍କ କେବେହେଲେ ଭଲ ରୂପ ନେବନାହିଁ। ତେବେ ବାପାଙ୍କ ପ୍ରତ୍ୟେକ ସମ୍ପର୍କକୁ ସେ ନିଶ୍ଚୟ ସମ୍ମାନ ଦେବେ। ଶ୍ରୀଦେବୀଙ୍କ ଅକାଳ ବିୟୋଗରେ ଅର୍ଜୁନ ପ୍ରଥମ ବ୍ୟକ୍ତି ଥିଲେ ଯେ ଦାଦା ଅନିଲଙ୍କୁ ପରାମର୍ଶ ଦେଇଥିଲେ ସାବତ ଭଉଣୀ ଜାହ୍ନବୀ ଓ ଖୁସିଙ୍କୁ ଜୁହୁସ୍ଥିତ ଘରକୁ ତୁରନ୍ତ ନେଇ ଆସିବା ନିମନ୍ତେ। ତାଙ୍କର ଏଭଳି ପରିବର୍ତ୍ତନ ଦେଖି ଅନିଲ ତାଙ୍କୁ ଆଲିଙ୍ଗନ କରି କହିଥିଲେ, ‘ପ୍ରାଉଡ୍ ଅଫ୍ ୟୁ ମାଇଁ ସନ୍’।

kalyan agarbati
Leave A Reply