www.samajalive.in
Sunday, December 7, 2025
14.1 C
Bhubaneswar

୫-ଟି ଯୋଜନାରେ ଝଲସିବ ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟ

ଆରଡି: ଭଦ୍ରକ ଜିଲାର ବହୁ ପୁରାତନ ବିଦ୍ୟାଳୟ ଭାବେ ପରିଚିତ ଆରଡି ପୀଠର ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟକୁ ସରକାରଙ୍କର ୫ଟି ଯୋଜନାରେ ଅର୍ନ୍ତଭୁକ୍ତ କାରାଯାଇଛି। ଏଥିପାଇଁ ପାଖାପାଖି ୪୫ଲକ୍ଷ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଶ୍ରେଣୀଗୃହ ସହିତ ସମସ୍ତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଡିଜିଟାଲ କଳାପଟା, ପାଠାଗାରାର ସୁବ୍ୟବସ୍ଥା, ବିଜ୍ଞାନ ପରୀକ୍ଷାଗାରର ବ୍ୟବସ୍ଥା, ଖେଳ ପଡିଆ, ଉଦ୍ୟାନ ଆଦି ନିର୍ମାଣ କରାଯିବ।

 

- Advertisement -

ଏହି ଯୋଜନାର କାର୍ଯ୍ୟ ଚଳିତମାସ ଶେଷ ସପ୍ତାହରେ ଆରମ୍ଭ ହୋଇ ଆସନ୍ତା ୨୦୨୨ମସିହା ଫେବୃୟାରୀ ୨୦ରେ ସାରିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ଗୁରୁବାର ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କୁନି ବିଶ୍ବାଳ, ସଭାପତି ସୁବାଷ ପାଢୀ, ଶିକ୍ଷାବିତ ବିଜୟ କୁମାର ଦାଶ, ପୂର୍ବତନ ସରପଞ୍ଚ ସରୋଜ ଦାସ, ସିଆରସିସି ମଙ୍ଗୁଳି ଚରଣ ସେଠୀ, ଜିଲା ପରିଷଦ ପ୍ରତିନିଧି ଭଗବାନ ମାଝି, ସରପଞ୍ଚଙ୍କ ପ୍ରତିନିଧି ଦେବାଶିଷ ପାଢୀ, ଆଶିଷ ପାଢୀ, ବିଦ୍ୟାଳୟ କମିଟର ସଭ୍ୟସଭ୍ୟା ଓ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories