www.samajalive.in
Sunday, December 7, 2025
13.1 C
Bhubaneswar

ବିମାନବନ୍ଦର ଯାଇ ସାଂସଦ ଅପରାଜିତାଙ୍କୁ ସ୍ବାଗତ କଲେ କିନ୍ନର

ଭୁବାନେଶ୍ଵର : ଅଗଷ୍ଟ ୫ତାରିଖ ଦିନ ଲୋକସଭାରେ କିନ୍ନରମାନଙ୍କ ପାଇଁ ବହୁ ପ୍ରତିକ୍ଷିତ ଟ୍ରାନ୍ସଜେଣ୍ଡର ପର୍ସନ(ପ୍ରୋଟେକ୍ସନ ଅଫ ରାଇଟସ୍) ବିଲ ୨୦୧୯ ଗୃହୀତ ହୋଇଯାଇଛି। ଏହି ବିଲ ଗୃହୀତ ହେବା ପଛରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଯଥେଷ୍ଟ ଅବଦାନ ରହିଛି। ଯେଉଁଥିପାଇଁ କିନ୍ନରମାନେ ଅପରାଜିତାଙ୍କୁ କୃତଜ୍ଞତା ଜଣାଇବା ସହିତ ବହୁ ସଂଖ୍ୟାକ କିନ୍ନର ଏକାଠି ହୋଇ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ସମୟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଯାଇ ଅପରାଜିତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ବିମାନ ବନ୍ଦରରେ ବହୁ ସଂଖ୍ୟାକ କିନ୍ନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅପରାଜିତା ଜିନ୍ଦାବାଦ ବୋଲି କହିଥିଲେ। ଟିଜି ସୁରକ୍ଷା ଟ୍ରଷ୍ଟ ତରଫରୁ ସଭାପତି ମେନକା କିନ୍ନର, ସ୍ବିଟି ସାହୁ, ବବି କିନ୍ନର ପ୍ରମୁଖ ବିମାନ ବନ୍ଦରରେ ପହଞ୍ଚି ଅପରାଜିତାଙ୍କୁ ସ୍ବାଗତ କରିଥିଲେ।

- Advertisement -

​ସୂଚନା ଯୋଗ୍ୟ, ଟ୍ରାନ୍ସଜେଣ୍ଡର ପର୍ସନ(ପ୍ରୋଟେକ୍ସନ ଅଫ ରାଇଟସ୍) ବିଲ ୨୦୧୯ ଗୃହୀତ ହେବା ନେଇ ଲୋକସଭାରେ ଅପରାଜିତା କହିଥିଲେ ଯେ, ଭାରତରେ ସମସ୍ତଙ୍କର ସମାନ ଅଧିକାର ରହିଛି। ତେଣୁ ଭାରତରେ କିନ୍ନରମାନେ ସମାନ ଅଧିକାର ନେଇ ବଞ୍ଚିବା ସହିତ ସମାଜ କିନ୍ନରମାନଙ୍କୁ ଖରାପ ଦୃଷ୍ଟିରେ ନଦେଖି ଭଲ ଦୃଷ୍ଟିରେ ଦେଖିବା ଦରକାର। ଭାରତରେ ୧୯ଲକ୍ଷରୁ ଅଧିକ ଟ୍ରାନ୍ସଜେଣ୍ଡର ଥିଲାବେଳେ ଓଡ଼ିଶାରେ ପାଖାପାଖି ୫ହଜାର କିନ୍ନର ରହିଛନ୍ତି। ମାନ୍ୟବର ସୁପ୍ରିମ କୋର୍ଟ ୨୦୧୪ ମସିହାରେ ରାୟ ଦେଇଛନ୍ତି ଯେ, ଟ୍ରାନ୍ସଜେଣ୍ଡରମାନେ ହେଉଛନ୍ତି ତୃତୀୟଲିଙ୍ଗୀ। ଏଣୁ ଏମାନେ ମାନବିକ ଅଧିକାରରୁ ବଞ୍ଚିତ ନ ହେବା ଉଚିତ୍। ସେ ଆହୁରି ମଧ୍ୟ କହିଥିଲେ, କିନ୍ନରମାନଙ୍କ ପାଇଁ ଏକ କମିଟି ଗଠନ କରାଯାଉ ଯେଉଁଥିରେ ଜିଲା ମାଜିଷ୍ଟ୍ରେଟ୍, ଡ଼କ୍ଟର ଆସୋସିଏସନ୍, କିନ୍ନର ପ୍ରତିନିଧିମାନେ ରହିବେ। କିନ୍ନରମାନଙ୍କର ଜୀବନ ଜୀବିକା ସୁରକ୍ଷା ହେବା ମଧ୍ୟ ଦରକାର। ମାନ୍ୟବର ପ୍ରଧାନମନ୍ତ୍ରୀ ସବକା ସାଥ୍ ସବକା ବିକାଶ ମାଧ୍ୟମରେ କିନ୍ନରମାନଙ୍କୁ ସାମିଲ କରିବା ସହ ଅଷ୍ଟ୍ରେଲିଆ, ଜର୍ମାନୀ ଭଳି ଦେଶମାନଙ୍କରେ କିନ୍ନରମାନଙ୍କୁ କେଉଁଭଳି ଭାବରେ ମର୍ୟ୍ୟାଦା ଦିଆଯାଇଛି ତାହା ଉପରେ ବିଶ୍ଲେଷଣ କରିଥିଲେ। ଏହିଭଳି ଭାବରେ ଦୀର୍ଘ ୨୦ମିନିଟରୁ ଅଧିକ କିନ୍ନରମାନଙ୍କ ବିଲକୁ ସମର୍ଥନ କରିବାପରେ ବିଲଟି ଗୃହୀତ ହୋଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories