mission shakti banner

ଅନୁଷ୍କା ପାଇବେ ଦାଦା ସାହେବ ଫାଲ୍‌କେ ଏକ୍ସଲେନ୍ସି ଆୱାର୍ଡ

nua o banner
0

ମୁମ୍ବଇ, ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଚଳିତବର୍ଷର ଦାଦା ସାହେବ ଫାଲ୍‌କେ ଏକ୍ସଲେନ୍ସି ଆୱାର୍ଡରେ ସମ୍ମାନିତ କରାଯିବ । ସିନେମା ପ୍ରଯୋଜନାରେ ଅଭିନବ ଚିନ୍ତାଧାରା ପାଇଁ ଅନୁଷ୍କାଙ୍କୁ ଏହି ସମ୍ମାନ ମିଳିବ । ଅନୁଷ୍କା ତାଙ୍କ ଭାଇ କର୍ଣ୍ଣେଶ୍‌ ଶର୍ମାଙ୍କ ସହିତ ମିଶି କ୍ଲିନ୍‌ ସ୍ଲେଟ୍‌ ଫିଲ୍ମ ନାମକ ଏକ ପ୍ରଯୋଜନା ସଂସ୍ଥା ଗଢ଼ି ନବାଗତ କଳାକାରଙ୍କୁ ସୁଯୋଗ ଦେବା ପାଇଁ ଉଦ୍ୟମ କରୁଛନ୍ତି । ଅନୁଷ୍କା ନିଜ କ୍ୟାରିୟର ସହିତ ନୂଆ ପ୍ରଯୋଜନାକୁ ସମାନ ଗୁରୁତ୍ୱ ଦେଇଥିଲେ । ମାତ୍ର ୨୫ ବର୍ଷ ବୟସରେ ଫିଲ୍ମ ପ୍ରଯୋଜନା କରି ସର୍ବକନିଷ୍ଠ ପ୍ରଯୋଜିକାର ମାନ୍ୟତା ପାଇଥିଲେ ।

Leave A Reply