www.samajalive.in
Sunday, December 7, 2025
23.1 C
Bhubaneswar

ଅନୁଭବ-ବର୍ଷା ପାରିବାରିକ ବିବାଦ; ଅନୁଭବଙ୍କୁ ନୋଟିସ୍‌, ଜବାବ ରଖିବା ପାଇଁ ନିର୍ଦେଶ

କଟକ : ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ ହିଂସା ଅଭିଯୋଗ ସଂପର୍କିତ ମାମଲାରେ ଅଦାଲତ ଶୁଣାଣି କରି ଅନୁଭବ ମହାନ୍ତିଙ୍କୁ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୨ରେ ହେବା ପାଇଁ ଧାର୍ଯ୍ୟ କରିଛନ୍ତି। ତେବେ ଏହି ମାମଲାର ଶୁଣାଣି ସମୟରେ ଜିଲା ସୁରକ୍ଷା ଅଧିକାରୀ କଟକ ସଦର ଏସଡିଜେଏମଙ୍କ ଅଦାଲତରେ ରିପୋର୍ଟ ଦାଖଲ କରିଛନ୍ତି। ସୂଚନାଯୋଗ୍ୟ ସେେପ୍ଟମ୍ବର ୭ରେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସୁରକ୍ଷା ଅଧିକାରୀ ମଞ୍ଜୁଲତା ନାୟକ ଅନୁଭବ ମହାନ୍ତିଙ୍କ ଘରେ ପହଞ୍ଚି ବର୍ଷାଙ୍କ ସହିତ ଆଲୋଚନା କରିବା ସହିତ ତାଙ୍କର ନିର୍ଦ୍ଦିଷ୍ଟ ଭାବେ କ’ଣ ଅଭିଯୋଗ ‌ରହିଛି ସେ ନେଇ ପଚାରି ରିପୋର୍ଟ ସଂଗ୍ରହ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସ୍ବାମୀ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି। କଟକ ସଦର ଏସ୍‌ଡିଜେଏମ୍ ଅଦାଲତରେ ବର୍ଷା ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ (ପ୍ରୋଟେକ୍ସନ୍ ଅଫ୍‌ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ), ୨୦୦୫ର ଧାରା ୧୨, ୧୭, ୧୮, ୧୯, ୨୦, ୨୨ ଓ ୨୩ରେ କ୍ଷତିପୂରଣ ଓ ଭରଣପୋଷଣ ଦାବି କରି ମାମଲା ରୁଜୁ କରିଛନ୍ତି। ବର୍ଷାଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ୨୦୧୪, ଫେବୃଆରୀ ୮ରେ ଅନୁଭବଙ୍କ ସହିତ ତାଙ୍କର ଆରେଞ୍ଜ ମ୍ୟାରେଜ ହୋଇଥିଲା। ବିବାହ ସମୟରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଜିନିଷପତ୍ର ତାଙ୍କ ଘର ପକ୍ଷରୁ ବର ପକ୍ଷକୁ ଦାବି ମୁତାବକ ଦିଆଯାଇଥିଲା। ୨ ହଜାର ବରଯାତ୍ରୀଙ୍କ ପାଇଁ ଭୋଜିର ବ୍ୟବସ୍ଥା କରାଯାଇଥିଲା। ୨୦୧୯ ପର୍ଯ୍ୟନ୍ତ ଉଭୟ ପତି-ପତ୍ନୀ ଭାବେ ଚଳିଥିଲେ। ବିଭାଘର ପରେ ସେ ଅନୁଭବଙ୍କ ସହିତ ଏକାଧିକ ଚଳଚ୍ଚିତ୍ରରେ ଅଭି‌ନୟ କରିଥିଲେ ବି ଗୋଟିଏ ଟଙ୍କା ପାରିଶ୍ରମିକ ମିଳି ନଥିଲା। ଅନ୍ୟପକ୍ଷରେ ତାଙ୍କ ଉପରେ ପ୍ରଥମେ ଏପରି ଭାବେ ଅତ୍ୟାଚାର ଆରମ୍ଭ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅଭିନୟ ବାବଦ ତାଙ୍କୁ ୨୦ ଲକ୍ଷ ଟଙ୍କା ପାରିଶ୍ରମିକ ମିଳିବା କଥା। ଏହା ପରେ ବର୍ଷାଙ୍କୁ ବାହାରକୁ କାମ କରିବାକୁ ଦିଆଯାଇନଥିଲା। ଅନୁଭବ ଅନେକ ସମୟରେ ମଦ ପିଉଥିବା ସେ ଅଭିଯୋଗ କରିଛନ୍ତି। ଏପରି ଘଟଣାର ପ୍ରତିବାଦ କରିଲେ ବର୍ଷାଙ୍କୁ ମାଡ଼ ମରାଯାଉଥିଲା। ଏଭଳି ଭାବେ ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ବର୍ଷାଙ୍କ କଥାକୁ କେହି ଶୁଣୁ ନଥିବା ବେଳେ ଘରଲୋକମାନେ ଅନୁଭବଙ୍କୁ ସମର୍ଥନ କରୁଥିଲେ। ପରିବାରର ସମ୍ମାନ ଦୃଷ୍ଟିରୁ ସେ ଚୁପ୍ ରହୁଥିଲେ; କିନ୍ତୁ ଧୀରେ ଧୀରେ ବର୍ଷାଙ୍କୁ ନିର୍ଯାତନା ବଢ଼ିଥିଲା ଓ ତାଙ୍କ ସହିବା ଶକ୍ତି ବାହାରକୁ ଚାଲି ଯାଇଥିଲା ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଚଳିତ ବର୍ଷ ଲକ୍ ଡାଉନ ପୂର୍ବରୁ ଅନୁଭବ ଓ ତାଙ୍କ ପରିବାର ସଦସ୍ୟ ଦିଲ୍ଳୀ ଚାଲି ଯାଇଥିବାବେଳେ ମେ ୨୫ ପର୍ଯ୍ୟନ୍ତ ସେଠାରେ ରହି ଫେରିଥିଲେ। ଏଠାରେ ଶ୍ବଶୁରଘରେ ଏକା ବର୍ଷା ରହିଯାଇଥିଲେ। ସାଧାରଣ ମୌଳିକ ସୁବିଧା ମଧ୍ୟ ଏହି ସମୟରେ ତାଙ୍କୁ ପ୍ରଦାନ ପାଇଁ ଅନୁଭବଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇ ନଥିଲା। ଫେରିବା ପରେ ମେ ୨୫ରେ ଅନୁଭବ ବର୍ଷାଙ୍କୁ ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗ ହୋଇଛି। ପରିବାର ଲୋକ ଉପସ୍ଥିତ ଥିଲେ ମଧ୍ୟ କେହି ଆପତ୍ତି କରି ନଥିଲେ। ଜୁନ୍ ୭ ତାରିଖ ରାତିରେ ଅନୁଭବ ବର୍ଷାଙ୍କୁ ଖରାପ ଭାଷା ପ୍ରୟୋଗ କରି ଦୁଇ ଘଣ୍ଟା ଧରି ଗାଳିଗୁଲଜ କରିଥିଲେ। ଜୁନ୍ ୧୧ରେ ଆପୋଷରେ ଛାଡ଼ପତ୍ର ପାଇଁ ଅନୁଭବ ବର୍ଷାଙ୍କୁ କହିଥିଲେ ଓ ଯଦି ନ ମାନନ୍ତି ତେବେ ତାଙ୍କୁ ଭୟଙ୍କର ପରିଣତି ଭୋଗ କରିବାକୁ ପଡ଼ିବ ବୋଲି ଧମକ ଦେଇଥିଲେ।
ଏଭଳି ଅସହ୍ୟ ଅତ୍ୟାଚାର ପରେ ବର୍ଷା କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅନୁଭବଙ୍କ ଘରେ ରହିବା ପାଇଁ ଦିଅାଯାଉ; ନଚେତ୍‌ ମାସିକ ୨୦ହଜାର ଟଙ୍କାର ଘର ଭଡ଼ା ଦିଅାଯାଉ। ମାସିକ ଭରଣପୋଷଣ ବାବଦକୁ ୫୦ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩କୋଟି ଟଙ୍କା ଓ ରୋଜଗାର ହରାଇବା ଓ ଚିକିତ୍ସା ଖର୍ଚ୍ଚ ବାବଦକୁ ୨କୋଟି ଟଙ୍କା ପ୍ରଦାନ କରାଯାଉ ବୋଲି ବର୍ଷାଙ୍କ ପକ୍ଷରୁ ଦାୟର ଆବେଦନରେ ପ୍ରାର୍ଥନା କରାଯାଇଛି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories