www.samajalive.in
Monday, December 15, 2025
24.1 C
Bhubaneswar

ଅବସର ନେଲେ ରସେଲ

କୋଲକାତା: ଆଜି ଆଇପିଏଲରୁ ଅବସର ଘୋଷଣା କରିଛନ୍ତି ବିଶ୍ୱ କ୍ରିକେଟର ବିସ୍ଫୋରକ ଅଲରାଉଣ୍ଡର ଭାବେ ପରିଚିତ ୱେଷ୍ଟଇଣ୍ଡିଜର ଆନ୍ଦ୍ରେ ରସେଲ। ସେ କୋଲକାତା ନାଇଟ ରାଇଡର୍ସ ଟିମ ସହିତ ଜଡିତ ରହିବେ । କେକେଆର ତାଙ୍କୁ ପାୱାର କୋଚ ଭାବେ ନିଯୁକ୍ତ କରିଛି । ଆଇପିଏଲ ନିଲାମ ପୂର୍ବରୁ ସେ ଏହି ନିଷ୍ପତି ନେଇଛନ୍ତି । ୧୨ ବର୍ଷ ହେବ ସେ କେକେଆର ପକ୍ଷରୁ ଖେଳି ଆସୁଥିଲେ ।
୩୭ ବର୍ଷୀୟ ରସେଲ କେକେଆର ପକ୍ଷରୁ ୧୩୩ ମ୍ୟାଚ ଖେଳିଛନ୍ତି । ୨୦୧୪ ଓ ୨୦୨୪ ଟାଇଟଲ ବିଜେତା ଦଳର ସେ ସଦସ୍ୟ ଥିଲେ । ଗତ ସିଜନରେ ୧୨ କୋଟି ଟଙ୍କାରେ କେକେଆର ଟିମରେ ରଖିଥିଲା । ତାଙ୍କ ସାଥୀ ଖେଳାଳି କିରନ ପୋଲାର୍ଡ ପୂର୍ବରୁ ଅବସର ଘୋଷଣା କରି ମୁମ୍ବାଇ ଟିମର ବ୍ୟାଟିଂ କୋଚ ରହିଛନ୍ତି । ସେ ୫ ଥର ଆଇପିଏଲ ଟାଇଟଲ ଓ ୨ ଥର ଚାମ୍ପିୟନ୍ସ ଲିଗ ଜିତିଥିବା ମୁମ୍ବାଇ ଟିମ ସହିତ ରହିଥିଲେ । ପୋଲାର୍ଡ ୧୮୯ ମ୍ୟାଚରେ ୩୪୧୨ ରନ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ସେ ୬୯ ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories