Patra electronics

ଆଣ୍ଡ୍ରଏଡ୍‌ ମୋବାଇଲ୍‌ରେ କିପରି କଲ୍‌କୁ ଅଧିକ ଭଲ କରିବେ

0

ଆଜିକାଲି ଅଧିକାଂଶ ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି । ଏଥିରେ ଆଣ୍ଡ୍ରଏଡ୍‌ ଓଏସ୍‌ଥିବା ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ । ପୂର୍ବରୁ କେବଳ ଫିଚର ଫୋନ୍‌ ଆସୁଥିଲା । ଏଥିରେ କଲ୍‌ କରିବା ପ୍ରାଥମିକତା ଥିଲା । ମାତ୍ର ଆଜିକାଲିର ସ୍ମାର୍ଟ ଫୋନ୍‌ରେ କଲ୍‌ ସହ ଫୋଟ ଉଠାଇବା ,ଇଣ୍ଟରନେଟ୍‌ ସର୍ଫି କରିବା ଓ ସାମାଜିକ ଗଣମାଧ୍ୟମର ବ୍ୟବହାର କରୁଛନ୍ତି । ମାତ୍ର ଫୋନ୍‌ରେ କଲ୍‌ କରିବା ଏବି ବି ପ୍ରାଥମିକତା ରହିଛି । ବେଳେ ବେଳେ କିଛି ସମସ୍ୟା ଦେଖାଦେଲେ ଫୋନ୍‌ରେ କଲ୍‌ କରିବା ଅନ୍ୟର କଲ୍‌କୁ ଶୁଣିବାରେ ଅସୁବିଧା ହୋଇଥାଏ ।  ବେଳେ ବେଳେ ମୋବାଇଲ୍‌ରେ ଥିବା ସ୍ପିକର୍‌କୁ ଗାଲରେ ଦବାଇ କଥାବାର୍ତ୍ତା କଲେ ଠିକ୍‌ ଭାବରେ କଥା ଶୁଣାଯାଇ ନ ଥାଏ । ସ୍ପିକର କିମ୍ବା ମାଇକ୍ରୋଫୋନ୍‌କୁ ଦବାଇ କରି କଥା ବାର୍ତ୍ତା କଲେ ଠିକ୍‌ ଭାବରେ ଶୁଣାଯାଇ ନ ଥାଏ । ହାତରେ ସ୍ପିକର୍‌ କିମ୍ବା ମାଇକ୍ରୋଫୋନ୍‌ ଦାବି ହୋଇ ରହିଲେ ବି କଲ୍‌ର ମାନ ଖରାପ ହୋଇଥାଏ ।

ନରମ ଦାନ୍ତ ଘଷା ବ୍ରସ୍‌ରେ ସ୍ପିକର ଉପର  ଓ ମାଇକ୍ରୋଫୋନ୍‌କୁ ଧୀରେ ଧୀରେ ଘଷି ସଫା କରିପାରିବେ ।

ଫୋର୍‌ ଜି ଫୋନ୍‌ ବ୍ୟବହାର କରୁଥିବା ବେଳେ ନେଟଓ୍ୱର୍କକୁ ଏଚ୍‌ଡି ଭଏସ୍‌ ବା ଭିଓଏଲ୍‌ଟିଇ ମୋଡ୍‌ରେ ରଖିବା ଭଲ ।

ଏଲ୍‌ଜି ଓ ସାମସଙ୍ଗର ସବୁଠାରୁ ନୂଆ ଫୋନ୍‌ମାନଙ୍କରେ ଭଏସ୍‌ କ୍ୱାଲିଟି ଏନ୍‌ହାନ୍ସ୍‌ ବା କଲ୍‌କୁ ଭଲ କରିବା ପାଇଁ ଅପସନ୍‌ ରହିଛି ।

ନେଟଓ୍ୱର୍କର ଖରାପ ଥିଲେ ବି ଖରାପ କଲ୍‌ ହୋଇଥାଏ । ତେଣୁ ଭଲ୍ ନେଟଓ୍ୱର୍କ ଥିବା ସ୍ଥାନରେ କଥା ବାର୍ତ୍ତା କରନ୍ତୁ । ସାଧାରଣତଃ ବନ୍ଦ ଘରେ ଭଲ ନେଟଓ୍ୱାର୍କ ଆସି ନଥାଏ ।ଖୋଲ ସ୍ଥାନରେ ଉଲ ନେଟଓ୍ୱର୍କ ଥାଏ ।

ଓ୍ୱାଇଫାଇ କଲ୍‌ କରୁଥିଲେ  ଆପଣ ଇଣ୍ଟରନେଟ୍‌କୁ କିମ୍ବା ଓ୍ୱାଇଫାଇ ବ୍ୟବହାର କରି କଲ୍‌ କରିପାରିବେ । ମାତ୍ର ଏହା ଆପଣଙ୍କ ଫୋନ୍‌ରେ ଏହି  ବ୍ୟବସ୍ଥା ନ ଥିଲେ  ପ୍ଲେ ଷ୍ଟୋର୍‌ରୁ ଆପ୍‌ ଡାଉନ୍‌ଲୋଡ୍‌ କରି ବ୍ୟବହାର କରିପାରିବେ ।

ଏବେ ସ୍କାଏପି, ହ୍ୱାଟସ୍‌ଆପ୍‌ ଓ ଗୁଗୁଲ୍‌ ଡ୍ୟୁଉୋରେ କଲ୍ କରିବା ଭିଡିଓ କଲ୍‌ କରିବା ସହଜ ହୋଇଯାଇଛି ।

Leave A Reply