ଅଅଁଳା ନବମୀ; ଜାଣନ୍ତୁ ଛୋଟ ଫଳର ବଡ ଫାଇଦା ବିଷୟରେ….
ଅଅଁଳାରେ କ୍ୟାଲସିୟମ, ଫସ୍ପରସ୍, ଆୟରନ୍ ଏବଂ ଭିଟାମିନ୍-ବି ଭରପୁର ମାତ୍ରାରେ ରହିଥାଏ। ଆୟୁର୍ବେଦ ଔଷଧ ପ୍ରସ୍ତୁତ କରିବାରେ ଅଅଁଳାର ବିଶେଷ ମହତ୍ତ୍ଵ ରହିଛି। ସବୁଦିନ ଅଅଁଳା ଖାଇଲେ ବିଭିନ୍ନ ରୋଗରୁ ଉପଶମ ମିଳିଥାଏ। ତେଣୁ ନିୟମିତ ଭାବରେ ଅଅଁଳା ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ।
୧. ପ୍ରତିଦିନ ସକାଳେ ଖାଲି ପେଟରେ ଅଅଁଳା ଖାଆନ୍ତୁ।
୨. ଯଦି ଆପଣ ଖଟା ଖାଇବାକୁ ପସନ୍ଦ କରନ୍ତି ନାହିଁ, ତେବେ ଅଳ୍ପ ଲୁଣ ଦେଇ ଗରମ ପାଣିରେ ଅଅଁଳାକୁ ଫୁଟେଇ ଦିଅନ୍ତୁ। ଏହା ଦ୍ବାରା ଖଟା ପଣ ଦୂର ହେବା ସହ ଖାଇବା ସହଜ ହୋଇଥାଏ।
୩. ଆପଣ ଚାହିଁଲେ ଅଅଁଳାରେ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇ ପାରିବେ। ଚିନି ବା ଗୁଡ ବ୍ୟବହାର କରି ଅଅଁଳାରେ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇ ପାରିବେ।
୪. ଅଅଁଳାକୁ କାଟି ସେଥିରେ ଲୁଣ ଦେଇ ଖରାରେ ଶୁଖେଇ ଦିଅନ୍ତୁ, ପରେ ଏହାକୁ ଖାଆନ୍ତୁ ।
୫. ସକାଳେ ଅଅଁଳା ରସ ପିଇବା ଶରୀରକୁ ଅନେକ ଲାଭ ମିଳେ।
୬. ଅଅଁଳାରେ ଚଟଣୀ ପ୍ରସ୍ତୁତ କରି ମଧ୍ୟ ଖାଇ ପାରିବେ।
ଅଁଳା ଖାଇବାର ସୁଫଳ
୧. ଖାଲି ପେଟରେ ଏକ ଚାମଚ ଅଅଁଳା ରସ ସହ ମହୁ ମିଶାଇ ପିଇଲେ ଥଣ୍ଡା କାଶରୁ ଉପଶମ ମିଳେ।
୨. ତିନି ଚାମଚ ଅଁଳା ରସ ସହ ପାଣି ମିଶାଇ କୁଳି କଲେ ମୁଖ ଜନିତ ରୋଗ ଦୂର ହୋଇଥାଏ।
୩. ଅଁଳାରେ ଭରପୁର ମାତ୍ରାରେ ଫାଇବର ରହିଥାଏ। ପ୍ରତିଦିନ ନଖ ଉଷୁମ ପାଣିରେ ଅଁଳା ରସ ପିଇଲେ କୋଷ୍ଠକାଠିନ୍ୟରୁ ଉପଶମ ମିଳେ।
୪. ନିୟମିତ ଅଅଁଳା ରସ ସେବନ କଲେ କେଶ ମଜଭୁତ ହେବା ସହ ଶୀଘ୍ର ପାଚି ନ ଥାଏ।
୫. ପ୍ରତିଦିନ ଅଅଁଳା ରସ ସେବନ କରିବା ଦ୍ବାରା ଆଖିକୁ ସୁଫଳ ମିଳିଥାଏ।
୬. ଅଅଁଳା ଦ୍ବାରା ମଧୁମେହ ରୋଗ ନିୟନ୍ତ୍ରିତ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ନିୟମିତ ଅଅଁଳା ସେବନ କରିବା ଦ୍ବାରା ଏହିପରି ଅନେକ ରୋଗରୁ ମୁକ୍ତି ମିଳିଥାଏ।
Comments are closed.