www.samajalive.in
Monday, December 15, 2025
24.1 C
Bhubaneswar

ଡ଼ିଜିଟାଲ ଭାରତକୁ ଆହୁରି ଶକ୍ତିଶାଳୀ କରିବ ଜିଓ-ଫେସବୁକ୍ ମିଳନ: ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ:  ଫେସବୁକ ୯.୯% ଅଂଶଧନ ଜିଓରେ ନିବେଶ କରିବା ପରେ ଆନନ୍ଦ ପ୍ରକାଶ କରିଛନ୍ତି ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଡ଼ିଜିଟାଲ ଭାରତକୁ ଏହା ଆହୁରି ଶକ୍ତିଶାଳୀ କରିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି । ସେ କହିଛନ୍ତି ଯେ  ସମସ୍ତ ଭାରତୀୟଙ୍କ ଲାଭ ପାଇଁ ଡିଜିଟାଲ୍ ବ୍ୟବସ୍ଥାର ପ୍ରସାର, ବୃଦ୍ଧି ଓ ପୁନର୍ବିନ୍ୟାସ ଜାରି ରଖିବା ଲାଗି ଫେସବୁକକୁ ଆମର ଦୀର୍ଘ-ମିଆଦୀ ସହଯୋଗୀ କରିବାର ସୁଯୋଗକୁ ନେଇ ଆମେ ଅତ୍ୟନ୍ତ କୃତଜ୍ଞ ।

ଭାରତ ଏବଂ ଆମେରିକାର ଦୁଇ ପ୍ରମୁଖ ଡିଜିଟାଲ କମ୍ପାନୀ ପରସ୍ପର ମଧ୍ୟରେ ଚୁକ୍ତି କରିବା ପରେ ଆଗାମୀ ଦିନରେ ରୋଜଗାର ସହ ବ୍ୟବସାୟ ବଢ଼ିବ ବୋଲି ଆଶା କରାଯାଉଛି। ଏହି ବଡ ଚୁକ୍ତି ପରେ ରିଲାଏନ୍ସ ଜିଓ ପ୍ଲାଟଫର୍ମରେ ଫେସବୁକ ସହିତ ହ୍ୱାଟସଆପର ବି କିଛି ଫିଚର୍ସ ରହିବ । କାରଣ ହ୍ୱାଟସଆପ୍ ହେଉଛି ଫେସବୁକର ଏକ ସହଯୋଗୀ କମ୍ପାନୀ । ଦେଶରେ ବର୍ତ୍ତମାନ ୩୮.୮ କୋଟି ଲୋକଙ୍କ ନିକଟରେ ରିଲାଏନ୍ସ ଜିଓର ଉପସ୍ଥିତି ରହିଛି । ଆଉ ଏହାଦ୍ୱାରା ଫେସବୁକକୁ ଫାଇଦା ମିଳିବ ବୋଲି କହିଛନ୍ତି ଫେସବୁକର ଚେୟାରମ୍ୟାନ ତଥା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି। ଜିଓରେ ପୁଞ୍ଜିନିବେଶ କରିବା ପରେ ଏହା ଭାରତ ଏବଂ ତାଙ୍କ କମ୍ପାନୀ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜଭୁତ କରିବ। ଭାରତରେ ଜିଓ ଡିଜିଟାଲ ପ୍ଲାଟଫର୍ମରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଏଥିପାଇଁ ଆମେ ଉତ୍ସାହିତ ରହିଛୁ। ୪ ବର୍ଷରେ ରିଲାଏନ୍ସ ଜିଓ ୩୮ କୋଟିରୁ ଅଧିକ ଗ୍ରାହକ ପାଇବାରେ ସଫଳ ହୋଇଛି। ଏଥିପାଇଁ ଜିଓ ଜରିଆରେ ଭାରତର ଅତି ନିକଟତର ହେବାକୁ ଫେସବୁକ ଚେଷ୍ଟା କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଜିଓର ଲକ୍ଷ୍ୟ ହେଉଛି ୧୩୦ କୋଟି ଭାରତୀୟ, ଭାରତୀୟ ବ୍ୟବସାୟ, କ୍ଷୁଦ୍ର ଓ ଲଘୁ-ବ୍ୟବସାୟୀ ଏବଂ ଚାଷୀମାନଙ୍କ ପାଇଁ ଡିଜିଟାଲ୍ ଇଣ୍ଡିଆ ଗଠନ କରିବା।

- Advertisement -

ଦେଶରେ ସମ୍ପ୍ରତି କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଥିବାବେଳେ ଏହି ସମୟରେ ଶିଳ୍ପ କ୍ଷେତ୍ରରେ ଆସିଛି ଏକ ଖୁସି ଖବର ।  ଦେଶକୁ ଆସିଛି ବର୍ତ୍ତମାନ ସମୟର ସବୁଠାରୁ ବୃହତ୍‌ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ୍‌ଡିଆଇ) । ଏହି ପୁଞ୍ଜିନିବେଶ ପ୍ରସ୍ତାବ ଫେସବୁକ ଆଣିଛି । ଜିଓ ପ୍ଲାଟଫର୍ମରେ ଫେସବୁକ ନିବେଶ କରିଛି ୪୩,୫୭୪ କୋଟି ଟଙ୍କା । ଏହି ନିବେଶ ଜରିଆରେ କମ୍ପାନୀ ଜିଓର ୯.୯୯% ଅଂଶଧନ କ୍ରୟ କରିଛି । ଏ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍(ଆର୍‌ଆଇଏଲ୍‌), ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ଓ ଫେସବୁକ୍ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏକ ଡଲାରର ବିନିମୟ ମୂଲ୍ୟ ୭୦ ଟଙ୍କା ହିସାବରେ ହୋଇଥିବା ଏହି ଚୁକ୍ତିର ମୂଲ୍ୟ ହେଉଛି ୬୫.୯୫ ବିଲିଅନ ଡଲାର (୪.୬୨ ଲକ୍ଷ କୋଟି ଟଙ୍କା) । ଏହି ନିବେଶ ଜିଓ ପ୍ଲାଟଫର୍ମକୁ ବଜାର ପୁଞ୍ଜି ଆଧାରରେ ଭାରତର ଶ୍ରେଷ୍ଠ ୫ ତାଲିକାଭୁକ୍ତ କମ୍ପାନୀ ମଧ୍ୟରେ ସ୍ଥାନ ଦେଇଛି।

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories