Other Links

ଆମ ଓଡ଼ିଶା

ସପ୍ତାହେ ପରେ ଫେରିଲେ ଅପହୃତ ୱାର୍ଡମେମ୍ବର

ସମାଜ ଡିଜିଟାଲ ଡେସ୍କ: ଯାଜପୁର ଜିଲା ବିଞ୍ଝାରପୁର ରଣପୁର ପଞ୍ଚାୟତ ୩ନଂ...

ଜୁଆର ମାଡ଼ରେ ଭାଙ୍ଗିଲା ଶୌଚାଳୟ, ଦୋକାନ

ଚନ୍ଦନେଶ୍ବର: ବାଲେଶ୍ବର ଜିଲା ଭୋଗରାଇ ବ୍ଲକ ତାଳସାରି ବେଳାଭୂମିରେ ଜୁଆର ମାଡ଼ରେ...

ଆଜି ବିଜେପି କୋର କମିଟି ବୈଠକ

ଆଜି ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।...

ନୂଆପଡ଼ା ଉପନିର୍ବାଚନ: ବିଜେପି ଓ ବିଜେଡିର ପ୍ରାର୍ଥୀ କସରତ

ନୂଆପଡ଼ା/ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ଦଳ ଭାବେ...

ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା: ୪୮ ଘଣ୍ଟା ବିତିଲା, ମିଳୁନି ସୁରାକ

ବ୍ରହ୍ମପୁର: ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ...

ଦେଶବିଦେଶ

କଫ୍‍ ସିରଫ୍‍ କମ୍ପାନୀ ମାଲିକ ଗିରଫ

ଭୋପାଳ: କଫ୍‍ ସିରଫ୍‍ ନିର୍ମାତା କମ୍ପାନୀ ‘ଶ୍ରୀସାନ୍‍ ଫାର୍ମା’ର ମାଲିକ ଗିରଫ...

ଆଇପିଏସ୍‍ ଅଧବକାରୀଙ୍କ ଆତ୍ମହତ୍ୟା ମାମଲାରେ ବଡ ଖୁଲାସା

ସମାଜ ଡିଜିଟାଲ ଡେସ୍କ: ହରିୟାଣା କ୍ୟାଡର ଆଇପିଏସ ଅଧିକାରୀ ପୁରନ କୁମାରଙ୍କ...

ଘରୋଇ ବିଦ୍ୟୁତ ପ୍ଲାଣ୍ଟରେ ଖସିପଡିଲା ଲିଫ୍ଟ : ୪ଜଣଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଛତିଶଗଡରେ ଏକ ବଡ ଅଘଟଣ ଘଟିଛି ।...

ଆଜି ବାୟୁସେନା ପ୍ରତିଷ୍ଠା ଦିବସ: ହିଣ୍ଡନ୍‍ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତୀୟ ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ...

ନିନ୍ଦନୀୟ ଆଚରଣ: ନ୍ୟାୟାଳୟର ମର୍ଯ୍ୟାଦା ରକ୍ଷା ପ୍ରଥମ କାର୍ଯ୍ୟ

ଅକ୍ଟୋବର ୬ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି.ଆର.ଗବଇଙ୍କ ଉପରକୁ ଜଣେ...

ରାଜନୀତି

ନୂଆପଡ଼ା ଉପନିର୍ବାଚନ: ବିଜେପି ଓ ବିଜେଡିର ପ୍ରାର୍ଥୀ କସରତ

ନୂଆପଡ଼ା/ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ଦଳ ଭାବେ...

ଘାସିରାମ ମାଝୀ କଂଗ୍ରେସ ପ୍ରାର୍ଥୀ

ସମାଜ ଡିଜିଟାଲ ଡେସ୍କ: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା...

ରାଜ୍ୟବାସୀ ଅସୁରକ୍ଷିତ: ନବୀନ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟନ୍ତ ହୋଇପଡ଼ିଛି, ଯାହାକୁ...

ନୂଆପଡା ବିଜେଡିର ଥିଲା ଓ ରହିବ- ପ୍ରମିଳା

ସମାଜ ଡିଜିଟାଲ ଡେସ୍କ: ନୂଆପଡା ଉପନିର୍ବାଚନରେ ଜିତିବ ବିଜେଡି । ଏନେଇ...

ମଙ୍ଗଳବାର ସୁଦ୍ଧା ନୂଆପଡ଼ା ଆସନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା...

ଅପରାଧ

ଡାକ୍ତରଖାନାରେ ପ୍ରେମିକାର ଶବ ଛାଡି ଚାଲିଗଲା ପ୍ରେମିକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ...

ଭିଣେଇର ଗୁଳି ମାଡରେ ଶଳା ମୃତ

ଗୁଣପୁର - ଭିଣେଇର ଗୁଳି ମାଡରେ ଶଳାର ମୃତ୍ୟୁ । ଆନ୍ଧ୍ର...

ହତ୍ୟାପରେ ବାପାକୁ ପୋତିଦେଲା ପୁଅ

ଦେବଗଡ଼: ହତ୍ୟାକାଣ୍ଡ ପରେ ବାପାଙ୍କୁ ମାଟିରେ ପୋତିଦେଲା ପୁଅ। ବାରକୋଟ ଥାନା...

୧୬.୫ ଲକ୍ଷର ବ୍ରାଉନସୁଗର ଜବତ, ଦୁଇ ଗିରଫ

ସମାଜ ଡିଜିଟାଲ ଡେସ୍କ: ବୁଲେଟରେ ବୁଲି ବ୍ରାଉନସୁଗର ବେପାର କରୁଥିବା ଦୁଇ...

ଫେସବୁକରେ ଆପତ୍ତିଜନକ ପୋଷ୍ଟ, ଅଭିଯୁକ୍ତ ଗିରଫ

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିବା...
Thursday, October 9, 2025
26.7 C
Bhubaneswar

ଆପଣଙ୍କ ପିଲା ମଧ୍ୟ ଚାପର ଶିକାର କି? ଜାଣନ୍ତୁ ଲକ୍ଷଣ ଓ ସମାଧାନର ମନ୍ତ୍ର

ଲକଡାଉନ ପରେ ସାମାଜିକ ଦୂରତା ଏବଂ କରୋନା ଖବର ଶୁଣିବା ପରେ ସମସ୍ତେ ଚିନ୍ତିତ ହୋଇ ପଡୁଛନ୍ତି। ବିଶେଷଜ୍ଞ ମତ ହେଲା, ଏଭଳି ପରିସ୍ଥିତିରେ ଭୟର ପ୍ରଭାବ କେବଳ ଲୋକମାନଙ୍କ ଉପରେ ନୁହେଁ, ପିଲାମାନଙ୍କ ଉପରେ ମଧ୍ୟ ପଡିପାରେ। ଯଦିଓ ସେମାନେ ଆପଣଙ୍କୁ କିଛି କହିପାରନ୍ତି ନାହିଁ, କିନ୍ତୁ ସେମାନର ଆଚରଣରେ ପରିବର୍ତ୍ତନ ଦେଖାଦେଇପାରେ। ଏବିଷୟରେ ପିଲାମାନଙ୍କ ସହ କଥା ହେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଲକଡାଉନ୍ ସମୟରେ ପିଲାମାନଙ୍କ ପାଇଁ ଏକ ରୁଟିନ୍ ପ୍ରସ୍ତୁତ କରନ୍ତୁ। ଯାହାଫଳରେ ସେମାନେ ବ୍ୟସ୍ତ ଏବଂ ସକରାତ୍ମକ ରହିବେ। ତେବେ ଆସନ୍ତୁ ଜାଣିବା ଚାପର ଲକ୍ଷଣ ଏବଂ ସମାଧାନ …..

ଡାକ୍ତରମାନେ କହିଛନ୍ତି ଯେ, ପିଲାମାନଙ୍କ ମଧ୍ୟରେ ବିରକ୍ତି ଚାପର ଏକ ପ୍ରମୁଖ ସଙ୍କେତ। ଏହି ସମୟରେ ଅନେକ ପିଲାଙ୍କ ମଧ୍ୟରେ ଭାବପ୍ରବଣତାର ଅଭାବ ଏବଂ ପ୍ରକୃତିର ପରିବର୍ତ୍ତନ ମଧ୍ୟ ଦେଖାଯାଏ। ଚାପ ଯୋଗୁଁ ସ୍ନାୟୁ ହରମୋନ୍ ଏବଂ ରାସାୟନିକ ପଦାର୍ଥରେ ପରିବର୍ତ୍ତନ ଆସିପାରେ। ଯାହାର ପ୍ରଭାବ ମଧ୍ୟ ଶରୀର ଉପରେ ପଡିପାରେ।

- Advertisement -

ଡାକ୍ତରମାନେ କହିଛନ୍ତି ପିଲାମାନଙ୍କ ସହିତ ସମୟ ବିତାନ୍ତୁ। ସେମାନଙ୍କର ବିଶ୍ୱାସ ଜିତନ୍ତୁ। ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସତର୍କତା ରହିବା ପାଇଁ ଏକ ଭଲ ରୁଟିନ୍ ପ୍ରସ୍ତୁତ କରି ସେମାନଙ୍କୁ ବ୍ୟସ୍ତ ରଖନ୍ତୁ।

ଭଲ ନିଦ ନହେବା, ଶୋଇବା ପରେ ହଠାତ୍ ଉଠିବା ପିଲାଟିର ଚାପର ସଙ୍କେତ ହୋଇପାରେ। ଯଦି ଶିଶୁର ସ୍ୱାସ୍ଥ୍ୟ ସ୍ୱାଭାବିକ ଏବଂ ତଥାପି ସେମାନଙ୍କଠାରେ ପ୍ରତିଦିନ ଏପରି ଘଟୁଛି, ତେବେ ନିଶ୍ଚିତ ଭାବରେ ସେ ଚାପରେ ଅଛନ୍ତି।

ଏହାର ମୁକାବିଲା କରିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି ଯେ ଆପଣ ପିଲାମାନଙ୍କୁ ସନ୍ଧ୍ୟା ପର ଠାରୁ ଯେକୌଣସି ଗଠନମୂଳକ କାର୍ଯ୍ୟରେ ଜଡିତ ରଖନ୍ତୁ। ସୂର୍ଯ୍ୟ ଅସ୍ତ ହେବାବେଳେ ଆପଣଙ୍କ ଘରର ବଗିଚା କିମ୍ବା ଟେରାସରେ ବୁଲନ୍ତୁ। ଯଦି ଆପଣ ଗରମ ଅଞ୍ଚଳରେ ଅଛନ୍ତି, ତେବେ ସନ୍ଧ୍ୟାରେ ଗାଧୋଇ ସେମାନଙ୍କୁ ଶୋଇବାକୁ ଦିଅନ୍ତୁ। ଏହାଦ୍ୱାରା ଭଲ ନିଦ ଆସିବ।

ପିଲାମାନଙ୍କଠାରେ ପେଟର ଯନ୍ତ୍ରଣା ଏକ ସାଧାରଣ କଥା। କାରଣ ଚାରି ବର୍ଷରୁ ଅଧିକ ବୟସର ପିଲାମାନଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ୯୦% ଏହି ଯନ୍ତ୍ରଣାର ଶିକାର ହୋଇଥାନ୍ତି କିନ୍ତୁ କୌଣସି ରୋଗ ନଥାଏ।

ଅନେକ ଶିଶୁ ଚିକିତ୍ସକ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ଅଧିକ ଫାଇବର ଖାଦ୍ୟ ଦିଆଯିବା ଉଚିତ୍। ଏହି କାରଣରୁ ସେମାନଙ୍କଠାରେ କୋଷ୍ଠକାଠିନ୍ୟର କୌଣସି ଅସୁବିଧା ହେବ ନାହିଁ।

ଏହି ସମୟରେ ଆପଣ ସେମାନଙ୍କର ଭାବପ୍ରବଣ ପରିବର୍ତ୍ତନକୁ ଚିହ୍ନନ୍ତୁ। ଯଦି ସେମାନେ ନର୍ଭସ ଅଛନ୍ତି, ସେମାନଙ୍କୁ ଭଲ ଅନୁଭବ କରାନ୍ତୁ। ଯଦି ଏପରି ଲକ୍ଷଣ ଜାରି ରହେ, ତେବେ ଏକ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ଯଦି କୌଣସି ଶିଶୁ ମାଂସପେଶୀ କିମ୍ବା ହାଡ ଯନ୍ତ୍ରଣା ବିଷୟରେ ଅଭିଯୋଗ କରନ୍ତି, ତେବେ ତାଙ୍କର ଶାରୀରିକ କାର୍ଯ୍ୟକଳାପକୁ ଦେଖନ୍ତୁ। ଖେଳାଖେଳି ନ କରୁଥିବାରୁ ସେମାନଙ୍କ ଠାରେ ଏଭଳି ଅସୁବିଧା ହେବାର ସମ୍ଭାବାନା ରହିଛି। ସେମାନଙ୍କ ସହ ଖେଳାଖେଳିରେ ଅଂଶ ଗ୍ରହଣ କରନ୍ତୁ। ସେମାନେ ଆରମ ଅନୁଭବ କରିବେ।

Hot this week

କଫ୍‍ ସିରଫ୍‍ କମ୍ପାନୀ ମାଲିକ ଗିରଫ

ଭୋପାଳ: କଫ୍‍ ସିରଫ୍‍ ନିର୍ମାତା କମ୍ପାନୀ ‘ଶ୍ରୀସାନ୍‍ ଫାର୍ମା’ର ମାଲିକ ଗିରଫ...

ସପ୍ତାହେ ପରେ ଫେରିଲେ ଅପହୃତ ୱାର୍ଡମେମ୍ବର

ସମାଜ ଡିଜିଟାଲ ଡେସ୍କ: ଯାଜପୁର ଜିଲା ବିଞ୍ଝାରପୁର ରଣପୁର ପଞ୍ଚାୟତ ୩ନଂ...

ଜୁଆର ମାଡ଼ରେ ଭାଙ୍ଗିଲା ଶୌଚାଳୟ, ଦୋକାନ

ଚନ୍ଦନେଶ୍ବର: ବାଲେଶ୍ବର ଜିଲା ଭୋଗରାଇ ବ୍ଲକ ତାଳସାରି ବେଳାଭୂମିରେ ଜୁଆର ମାଡ଼ରେ...

ଆଜି ବିଜେପି କୋର କମିଟି ବୈଠକ

ଆଜି ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।...

ନୂଆପଡ଼ା ଉପନିର୍ବାଚନ: ବିଜେପି ଓ ବିଜେଡିର ପ୍ରାର୍ଥୀ କସରତ

ନୂଆପଡ଼ା/ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ଦଳ ଭାବେ...

Related Articles

Popular Categories