୧୫୦୦ଆମାଜନ୍‌ ଗ୍ରାହକଙ୍କ ଟଙ୍କା ଠକିନେଲେ ହାକର୍‌

0

ନୂଆଦିଲ୍ଲୀ . – ଏବେ ଏକ ନୂଆ ଅନ୍‌ଲାଇନ୍‌ ଠକେଇ ସାମ୍ନାକୁ ଆସିଛି । ୧୫୦୦ରୁ  ଅଧିକ ଆମାଜନ୍‌ ହାକର୍‌ଙ୍କ ଟଙ୍କା ଜଣେ ହାକର୍‌ ଠକି ନେଇଛି । ଏହାପରେ ଆମାଜନ୍‌ ପକ୍ଷରୁ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି । ଆମାଜନ୍‌ର ଆଇନ ବିଭାଗ ଲକ୍ଷ୍ମୌରେ ବିଭୂତି ଖାଣ୍ଡ ଥାନାରେ ଏକ ଅଭିଯୋଗ ଦାୟର କରିଛି । ଅଜଣା ହାକର୍‌ଙ୍କ ନାମରେ ଏହି ମାମଲା ରୁଜୁ କରାଯାଇଛି ।

ଜିନିଷ ଗ୍ରହଣ ବେଳେ ଟଙ୍କା ଦେବା ବା କ୍ୟାଶ୍‌ ଅନ୍‌ ଡେଲିଭରୀରେ ଗ୍ରାହକ ଜିନିଷ ଫେରାଇ ଆମାଜନ୍‌ରୁ ଟଙ୍କା ପାଇବାପାଇଁ ଚେଷ୍ଟା କରୁଥିବା ବେଳେ ଏହି ଘଟଣା ଘଟିଛି । ଆମାଜନ୍‌ର ଇଣ୍ଟରନାଲ୍‌ ଅଡିଟ୍‌ ସମୟରେ ଏହି ଘଟଣା ଜଣା ପଡିଥିଲା । ହାକର୍‌ ଗ୍ରାହକଙ୍କ ଟଙ୍କାକୁ ନିଜ ଆକାଉଣ୍ଟକୁ ଟ୍ରାନସ୍‌ଫର୍‌ କରିଥିବା ଜଣା ପଡିଥିଲା । ଟଙ୍କା ଫେରାଇବା ପାଇଁ ଗ୍ରାହକ ଆବେଦନ କରିବା ସମୟରେ ହାକର୍‌ ତାଙ୍କୁ ଆମାଜନ୍‌ର ପ୍ରତିନିଧି ବୋଲି ପରିଚୟ ଦେଇ ତାଙ୍କ ଆକାଉଣ୍ଟକୁ ଆସୁଥିବ ଓଟିପି ସଂଖ୍ୟା ଦେବାକୁ କହୁଥିଲା । ଏହାପରେ ସେ ଟଙ୍କାକୁ ନିଜ ଆକାଉଣ୍ଟକୁ ଟ୍ରାନସ୍‌ଫର୍‌ କରିଥିବା ଘଟଣା ସାମ୍ନାକୁ ଆସିଛି । ମାମଲା ରୁଜୁ ପରେ ଲଷ୍ମୌର ସାଇବର ସେଲ୍‌ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply