୬ହଜାର ଝିଅଙ୍କୁ ବାହା ଦେଇଥିବା ବାପାଙ୍କ କାହାଣୀ

0

କ୍ଷଣିକ ଏଇ ଜୀବନ..ଲୋଭ, ମୋହ, ମାୟା ସବୁ ରହିବା ସାଧାରଣ କଥା। ହେଲେ ଗୋଟିଏ କଥା ସବୁବେଳେ ମନକୁ ଆସେ, ଗଲାବେଳେ ନେଇ କରି ଯିବି କ’ଣ ? ଏଣୁ ଈଶ୍ବରଙ୍କ ଏଇ ରାଇଜରେ ଅନ୍ୟ ପାଇଁ ବଞ୍ଚିଲେ ମଧ୍ୟ ଖୁସି ଲାଗିଥାଏ’। ଏଇ କଥା କହିଛନ୍ତି ଅମୃତସରର ମୂଳ ବାସିନ୍ଦା ଅମରବୀର ସିଂହ ସନ୍ଧୁ। ଏବେ ସପରିବାର ତାଙ୍କର ଆମେରିକାରେ ରହୁଛନ୍ତି। କିନ୍ତୁ ସେ ୬ହଜାର ଝିଅଙ୍କ ବାପା ହୋଇସାରିଲେଣି। ହେଲେ ଏହା ଯେତିକ ଆଶ୍ଚର୍ଯ୍ୟଜନକ ସେତିକ ସତ୍ୟ।

prayash

୧୯୯୨ରେ ସେ ଆମେରିକା ଯାଇ ଉଚ୍ଚଶିକ୍ଷା ଗ୍ରହଣ କରିବା ପରେ ସେଠାରେ ହୋଟେଲ ବ୍ୟବସାୟରେ ଜଡ଼ିତ ହୋଇଯାଇଥିଲେ। ଅର୍ଥର ପ୍ରାଚୁର୍ଯ୍ୟ ଭିତରେ ଗତି କରି କିନ୍ତୁ ମାଟିର ମୋହ ତାଙ୍କ ମନରୁ ଯାଇନଥିଲା। ନିୟମିତ ଭାବେ ଭାରତକୁ ଆସୁଥିଲେ। ସେତେବେଳେ ମା’ ହିଁ ତାଙ୍କୁ ପରାମର୍ଶ ଦେଇଥିଲେ, ବାବୁରେ, ତୁ ଆହୁରି ଉନ୍ନତି କର। ହେଲେ କିଛି ସାମଜିକ କାମ କରିଦେ। ମା’ଙ୍କ କଥାକୁ ଗୁରୁଜ୍ଞାନ ମନେକରି ଅମରବୀର ୩୯ ବର୍ଷ ବୟସରୁ ହିଁ ପାଖଆଖର ଗରିବ ଝିଅଙ୍କ ବିବାହରେ ଅର୍ଥ ଦାନ କରିଥିଲେ। ତାଙ୍କ କହିବାନୁସାରେ, ଭାରତରେ ଗରିବ ପରିବାରରେ ଝିଅ ବିବାହ ହେଲେ ଅତିକମ୍‌ରେ ୭୦ ହଜାରରୁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏଣୁ ଏହି ଅର୍ଥ ରାଶି ଯୋଗାଇଦେବା ଅମରଦୀପଙ୍କ ପକ୍ଷରେ ସେଭଳି ବଡ଼ କଥା ନଥିଲା। ଗତ କିଛି ବର୍ଷ ମଧ୍ୟରେ ୬ହଜାର ଝିଅଙ୍କ ବିବାହରେ ସେ ଅର୍ଥ ଦାନ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ତାଙ୍କ ଘରକୁ ପାଖଆଖ ଲୋକେ ୬ହଜାର ଝିଅଙ୍କ ବାପଘର’ ବୋଲି କହିଥାନ୍ତି। ଅମରଦୀପଙ୍କ ଏଇ କାମକୁ ତାଙ୍କ ପତ୍ନୀ ରବିନ୍ଦର କୌର ସନ୍ଧୁ ମଧ୍ୟ ପୂର୍ଣ୍ଣ ସମର୍ଥନ କରୁଛନ୍ତି। ଆମେରିକା ବିଶ୍ବବିଦ୍ୟାଳୟରେ ସେ ପ୍ରଫେସର ଭାବେ କାର୍ଯ୍ୟରତ। ପଞ୍ଜାବର ଗରିବ ଝିଅମାନଙ୍କ ପାଠପଢ଼ାରେ ସେ ଅର୍ଥ ସହାୟତା କରନ୍ତି। ସ୍ବାମୀ-ସ୍ତ୍ରୀଙ୍କର ଏଇ ବଦାନ୍ୟତାକୁ ନେଇ ପଞ୍ଜାବରୁ ଆମେରିକା ଯାଏଁ ଚର୍ଚ୍ଚା ଚାଲିଛି।

kalyan agarbati
Leave A Reply