ଫିରିଙ୍ଗିଆ ଥାନାରେ ଆମ ପୋଲିସ ଓ ଶାନ୍ତି କମିଟି ବୈଠକ, ଶାନ୍ତି ପାଇଁ ନିବେଦନ

ଫୁଲବାଣୀ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ରବିବାର ଆମ ପୋଲିସ ଓ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆମ ପୋଲିସ ଓ ଶାନ୍ତି କମିଟି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କାମାଣ୍ଡାଣ୍ଟ ପ୍ରଦୀପ୍ତ କୁମାର ରାଉତ, ଅଷ୍ଟମ ଆଇଆରବି ସୁବେଦାର ଦାଶରଥି ସୁରେନ, ଏସଡିପିଓ ସୁପ୍ରଶନ ମଲିକ, ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁଙ୍କ ସହ ଫିରିଙ୍ଗିଆ ବ୍ଲକର ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ, ବଣିକ ସଙ୍ଘ ସଦସ୍ୟ ଓ ଅଞ୍ଚଳର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ। ବୈଠକରେ ଅଧିକାରୀ ମାନେ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। କୌଣସି ନିରୀହ କିମ୍ବା ଘଟଣାରେ ସମ୍ପୃକ୍ତ ନଥିବା କୌଣସି ବ୍ୟକ୍ତିକୁ ଗିରଫ କରାଯିବ ନାହିଁ ବୋଲି କହିବା ସହ ଯଦି କାହାର ନା ଅଛି ପ୍ରମାଣ ନ ହେଲେ ଗିରଫ କିମ୍ୱା ହଇରାଣ କରା ଯିବ ନାହିଁ ବୋଲି କହିଥିଲେ। ପରେ ଜନସାଧାରଣ ନିଜ ମତ ରଖିଥିଲେ। ଶାନ୍ତି ଫେରାଇ ଆଣିବା ସହ କେହି ଭୟଭୀତ ନ ହୋଇ ଥାନା ଅଧିକାରୀଙ୍କ ସହ ନିର୍ଭୟରେ ଆଲୋଚନା କରିପାରିବେ ବୋଲି ଅଧିକାରୀ ମାନେ ବୈଠକରେ କହିଥିଲେ।

Comments are closed.