www.samajalive.in
Tuesday, December 9, 2025
16.1 C
Bhubaneswar

ୟୁପି ଏନଡିଏରେ ଫାଟ: ମୋଦୀଙ୍କ କାର୍ଯ୍ୟକ୍ରମକୁ ଆସିଲେନି ସହଯୋଗୀ ଦଳ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ବଡ ଝଟକା ଲାଗିଛି। ଶନିବାର ରାଜ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିବାବେଳେ ଏଥିରେ ଏନଡିଏର ସହଯୋଗୀ ଦଳ ଆପନା ଦଳ ଓ ସୁହେଲ ଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି)ର କୌଣସି ନେତା ଯୋଗ ଦେଇ ନଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେବା ସମ୍ପର୍କରେ ଆପନା ଦଳ କହିଛି ଯେ ଉତ୍ତର ପ୍ରଦେଶରେ ବିଜେପି ନେତାଙ୍କ ଔଦ୍ଧତ୍ୟ ଆଚରଣକୁ ନେଇ ଦଳ କ୍ଷୁବ୍ଧ ହୋଇଛି। ଦଳ କହିଛି ଯେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ଏହି କାର୍ଯ୍ୟକ୍ରମକୁ ପଟେଲଙ୍କୁ ନିମନ୍ତ୍ରଣ କରା ନଯିବା ବିଜେପିର ଔଦ୍ଧତ୍ବ ଆଚରଣକୁ ପ୍ରତିପାଦିତ କରୁଛି ବୋଲି ଆପନା ଦଳର ଉତ୍ତରପ୍ରଦେଶ ମୁଖ୍ୟ ଆଶିଷ ପଟେଲ କହିଛନ୍ତି। ଆଶିଷ କହିଛନ୍ତି ଯେ ରାଜ୍ୟ ବିଜେପିର ଏହି ଆଚରଣ ଉପରେ ହସ୍ତକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କୁ ନିବେଦନ କରାଯାଇଛି। ଏନଡିଏର ଅନ୍ୟତମ ସହଯୋଗୀ ଏସବିଏସପି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବାସନ୍ଦ କରିଥିଲା। ଏସବିଏସପି କହିଛି ଯେ ଦଳର ମୁଖ୍ୟ ତଥା ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭରଙ୍କ ନାମକୁ ନିମନ୍ତ୍ରଣ ପତ୍ରରୁ ଉଦ୍ଦେଶ୍ୟମୂଳକ ଭାବେ ବାଦ୍ ଦିଆଯାଇଛି। ଆପନା ଦଳର ଲୋକସଭାରେ ୨ଜଣ ସାଂସଦ ଥିବାବେଳେ ଏସବିଏସପିର ରାଜ୍ୟ ବିଧାନସଭାରେ ୪ ବିଧାୟକ ଅଛନ୍ତି। ୨୦୧୪ ଲୋକସଭା ଓ ୨୦୧୭ ବିଧାନସଭା ନିର୍ବାଚନରେ ଆପନା ଦଳ ବିଜେପି ସହିତ ମେଣ୍ଟ କରିଥିଲା।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories