www.samajalive.in
Saturday, December 6, 2025
15.1 C
Bhubaneswar

ସଫଳତାର ଶୀର୍ଷରେ ଆଲିୟା

ମହେଶ ଭଟ୍ଟଙ୍କ ଏଇ ସାନ ଝିଅ ଆଲିୟା ଭଟ୍ଟ ଖୁବ୍ କମ୍ ସମୟରେ ସଫଳତା ପାଇଛନ୍ତି। ପିତା ନିର୍ଦେଶନାରେ ଶୀର୍ଷ ସ୍ଥାନରେ ଥିବାବେଳେ ଝିଅ ଦମ୍‌ଦାର୍‌ ଅଭିନୟ କରିବାର ସିଦ୍ଧହସ୍ତ। ନିକଟରେ ଆଲିୟା ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେଠାରେ ତାଙ୍କୁ ପଚରାଗଲା, ପିତା ମହେଶ କେଉଁ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି? ଆଲିୟା କହିଥିଲେ, ସେ ତ’ ଏକଥା ଜାଣନ୍ତି ନାହିଁ। ତେବେ ପିତାଙ୍କ ନିର୍ଦେଶିତ ‘ସଡକ୍‌-୨’ ଚଳଚ୍ଚିତ୍ରରେ ସେ ଅଭିନୟ କରୁଥିବାର କହିଥିଲେ। ମିଳିଥିବା ଖବର ଅନୁସାରେ, ତାରିକ୍‌ ଖାନ୍ ନିର୍ଦେଶିତ ‘ଦ ଡାର୍କ ସାଇଡ୍ ଅଫ୍ ଲାଇଭ୍ ମୁମ୍ବଇ ସିଟି’ ଚଳଚ୍ଚିତ୍ରରେ ମହେଶ ଭଟ୍ଟ ଓ କେକେ ମେନନ୍ ଅଭିନୟ କରୁଛନ୍ତି। ସିନେଜଗତରେ ୨୦୧୨ରେ କ୍ୟାରିୟର ଆରମ୍ଭ କରିବା ସମୟରେ ଆଲିୟା ଏତେଟା ସଚେତନ ରହୁନଥିଲେ। ଆଜିକାଲି କିନ୍ତୁ ପ୍ରତ୍ୟେକ ପ୍ରଶ୍ନୋତ୍ତରକୁ ଖୁବ୍ ବୁଦ୍ଧିମତ୍ତାର ସହ ପ୍ରକାଶ କରୁଛନ୍ତି ଆଲିୟା। ବୁଲଗେରିଆରୁ ‘ବ୍ରହ୍ମାସ୍ତ୍ର’ର ସୁଟିଂ ଶେଷ କରି ଫେରିଥିବା ଆଲିୟା ଏବେ କିଛିଦିନ ବିଶ୍ରାମ ନେବେ। ପରେ ଏହାର ​‌େ​‌ପାଷ୍ଟ ପ୍ରଡକ୍ସନ୍ କାମରେ ଯୋଗ ଦେବେ। ଅନ୍ୟ ପାଖେ ‘ସଡକ-୨’ର ସୁଟିଂ କାମ ମଧ୍ୟ ଚଳିତ ଡିସେମ୍ବର ପୂର୍ବରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏଥିରେ ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତ, ପୂଜା ଭଟ୍ଟ, ଆଲିୟା ଓ ଆଦିତ୍ୟ ରୟ କପୁର ଦେଖାଦେବେ। ଚଳଚ୍ଚିତ୍ରଟି ୨୦୨୦ ସୁଦ୍ଧା ମୁକ୍ତିଲାଭ ହେବ ବୋଲି ପ୍ରକାଶ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories