www.samajalive.in
Saturday, December 6, 2025
14.1 C
Bhubaneswar

‘ସ୍ବଚ୍ଛତାର ପ୍ରହରୀ’: ଛୋଟେଲାଲ

ବୟସ ୮୦ ହେଲାଣି, ଏ ବୟସରେ ଆଣ୍ଠୁଗଣ୍ଠି ବ୍ୟଥା ଏକ ସାଧାରଣ କଥା। ତେବେ ଏସବୁ ଆଗରେ ହାର ନ ମାନି ବରଂ ସ୍ବଚ୍ଛତାର ଅଭିଯାନରେ ନିଜକୁ ସାମିଲ କରାଇଛନ୍ତି ଉତ୍ତରପ୍ରଦେଶର ପିଲଭିଟ ନିବାସୀ ଛୋଟେଲାଲ। ଗତ ୩୦ ବର୍ଷ ହେଲାଣି, ସେ ନିଜ ଅଞ୍ଚଳର ପ୍ରତ୍ୟେକ ଗଳିକନ୍ଦିକୁ ଦୈନିକ ଭୋରବେଳା ଉଠି ପରିଷ୍କାରପରିଚ୍ଛନ୍ନ କରିଥାନ୍ତି। ଛୋଟେଲାଲଙ୍କ ୪ ପୁଅ ଓ ୨ ଝିଅ। ସମସ୍ତେ ବିବାହ କରିସାରିଥିବାବେଳେ ଯେଝାଯେଝା ନିଜ ଦାୟିତ୍ବ ନେଇଛନ୍ତି। ଏଇ ସହରକୁ ଆସିଲାବେଳେ ଛୋଟେଲାଲ ବିସ୍କୁଟ୍ ବିକ୍ରି କରି ରୋଜଗାର ଆରମ୍ଭ କରିଥିଲେ। ଦୁଃଖସୁଖରେ ତାଙ୍କ ସଂସାର ଚାଲିଥିଲା। ପିଲାମାନେ ପ୍ରତିଷ୍ଠିତ ହୋଇସାରିବା ପରେ ଛୋଟେଲାଲ ଭାବିଲେ ଦାୟିତ୍ବ ଶେଷ ହେଲା, କିନ୍ତୁ ସେ ସମୟରେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହେଲା। ପତ୍ନୀଙ୍କ ଅକାଳ ମୃତ୍ୟୁ ପରେ ଛୋଟେଲାଲ ଦିନସାରା ଘରେ ବସି ରହୁଥିଲେ। କିଛି କାମ ନଥିଲା ତାଙ୍କର। ନିଜେ ହିଁ ସ୍ଥିର କଲେ ଦୈନିକ ବଡ଼ି ଭୋରରୁ ଉଠି ସେ ନିଜ ଘର ଓ ବାହାର ଓଳାଓଳି କରିବେ। ଆରମ୍ଭ ହେଲା ଛୋଟେଲାଲଙ୍କ ଅଭିଯାନ। ପୂରା ଅଞ୍ଚଳରେ ଥିବା ମନ୍ଦିରକୁ ପରିଷ୍କାର କରିବା ସହ ରାସ୍ତାଘାଟ ମଧ୍ୟ ଓଳାଓଳି କଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories