www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତୁ, ଉପହାରରେ କ’ଣ ଦେବା ଅନୁଚିତ

ଆମ ସମାଜରେ ପରସ୍ପର ସହ ଖୁସିର ମୁହୂର୍ତ୍ତ ବାଣ୍ଟିବାର ପରମ୍ପରା ରହିଛି। ଅନେକ ଶୁଭ କାମରେ ନିଜର ସାଙ୍ଗ ଓ ପ୍ରିୟଜନମାନଙ୍କୁ ଉପହାର ଦେଇଥାଉ ଏବଂ ଆଣିଥାଉ। ବାସ୍ତୁଶାସ୍ତ୍ର ଅନୁସାରେ କିଛି ଏପରି ଉପହାର ରହିଛି ଯାହା ଦେବା ଏବଂ ଆଣିବା ଦ୍ବାରା ଉଭୟ କ୍ଷତି ଓ ଲାଭ ହୋଇଥାଏ। କିଛି ଉପହାର ଏପରି ରହିଛି ଯାହାଦ୍ବାରା ଆର୍ଥିକ ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।
ଯେକୌଣସି ଶୁଭ କାର୍ଯ୍ୟ କିମ୍ବା ପର୍ବପର୍ବାଣୀ ସମୟରେ ଆମେ ପ୍ରାୟତଃ ଗଣେଶଙ୍କ ମୂର୍ତ୍ତି ଉପହାର ଦେଇଥାଉ। ବେଳେବେଳେ ଗଣେଶଙ୍କ ସହ ଲକ୍ଷ୍ମୀଙ୍କ ଯୁଗଳ ପ୍ରତିମା ମଧ୍ୟ ଉପହାର ସ୍ବରୂପ ଦେଇଥାଉ। ଏପରି ଉପହାର ଦେବା ଅନୁଚିତ। ଏପରି କରିବା ଦ୍ବାର ଧନ ପ୍ରାପ୍ତି ବଦଳରେ ଧନହାନୀ ହୋଇଥାଏ। ମାତା ଲକ୍ଷ୍ମୀ ବିଷ୍ଣୁଙ୍କ ପତ୍ନୀ ଏବଂ ଗଣେଶଙ୍କର ମାତା ତେଣୁ ଏପରି ଉପହାର ଦିଅନ୍ତୁ ନାହିଁ କିମ୍ବା ଗ୍ରହଣ କରନ୍ତୁ ନାହିଁ।


ବାସ୍ତୁଶାସ୍ତ୍ରରେ ଧାର ଥିବା ହତିଆର କିମ୍ବା ଛୁରୀ ପରି ତୀକ୍ଷ୍ଣ ଦ୍ରବ୍ୟ ଉପହାରରେ ଦେବା ଉଚିତ ନୁହେଁ। ଏପରି ଉପହାର ଦେବା ଦ୍ବାରା ଏବଂ ଗ୍ରହଣ କରିବା ଦ୍ବାରା ଘରେ କଳହ ସୃଷ୍ଟି ହୋଇଥାଏ। ଅଶାନ୍ତିର ପରିବେଶ ମଧ୍ୟ ସୃଷ୍ଟି ହୋଇଥାଏ।
କୌଣସି କଳା ରଙ୍ଗର କପଡା କିମ୍ବା ଜୋତା ଉପହାର ସ୍ବରୂପ ଦିଅନ୍ତୁ ନାହିଁ। କାରଣ କଳା ରଙ୍ଗକୁ ଅଶୁଭ ବୋଲି କୁହାଯାଇଥାଏ। କଳା ରଙ୍ଗର ଉପହାର ଦେବା ଦ୍ବାରା ଜୀବନରେ ଅନେକ ଅସୁବିଧା ବଢିଥାଏ।

- Advertisement -


ଉପହାରରେ କୌଣସି ହ୍ରିଂସ ଜୀବଜନ୍ତୁଙ୍କ ଫଟୋ କିମ୍ବା ମୂର୍ତ୍ତି ଦିଅନ୍ତୁ ନାହିଁ। ଏହାକୁ ଉପହାର ରୂପେ ଦେବା ଦ୍ବାରା ଘରେ ଅଶାନ୍ତିର ପରିବେଶ ସୃଷ୍ଟି ହୋଇଥାଏ।
ବାସ୍ତୁ ଅନୁସାରେ କାହାକୁ ରୁମାଲ ମଧ୍ୟ ଉପହାର କରନ୍ତୁ ନାହିଁ। ଏବଂ ଅନ୍ୟ କାହା ରୁମାଲ ମଧ୍ୟ ବ୍ୟବହାର କରନ୍ତୁ ନାହିଁ। ଏହାଦ୍ବାରା ନକରାତ୍ମକ ଶକ୍ତି ବଢିଥାଏ। ଏବଂ ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories