ନୂଆଦିଲ୍ଲୀ: ଭିମା-କରେଗାଓଁ ମାମଲାରେ ଅଭିଯୁକ୍ତ ଥିବା ୫ଜଣ ଅଭିଯୁକ୍ତଙ୍କ ନଜରବନ୍ଦୀ ସମୟ ସୀମାକୁ ଆଉ ୪ ସପ୍ତାହ ବୃଦ୍ଧି କରିଛନ୍ତି ସୁପ୍ରିମ କୋର୍ଟ। ଇତିହାସବିତ୍ ରୋମିଲା ଥାପରଙ୍କ ଦ୍ୱାରା ଏହି ଘଟଣାରେ ଜଡ଼ିତ ମାମଲାର ଶୁଣାଣି କରି କୋର୍ଟ ଉପରୋକ୍ତ ନିର୍ଦେଶ ପ୍ରଦାନ କରିଛନ୍ତି। ଶ୍ରୀମତି ଥାପର ପୁଲିସର ଗିରଫକୁ ବେଆଇନ ଦର୍ଶାଇ କୋର୍ଟରେ ଗୁହାରି କରିଥିଲେ। ଏହି ଘଟଣାରେ ସ୍ୱତନ୍ତ୍ର ଏସଆଇଟି ଗଠନ ଦାବିକୁ ସୁପ୍ରିମ କୋର୍ଟ ଆଜିର ଶୁଣାଣିରେ ଖାରଜ କରି ଦେଇଛନ୍ତି। ଏହି ମାମଲାରେ ୫ଜଣ ସାମାଜିକ କର୍ମୀ ବାରବାରା ରାଓ, ଅରୁଣ ଫେରିରା, ଭାର୍ନନ ଗନଜାଲର୍ଭିସ୍, ସୁଧା ଭରଦ୍ୱାଜ ଓ ଗୌତମ ନୈଲଖାଙ୍କୁ ପୁଲିସ ସେମାନଙ୍କ ଘରେ ନଜରବନ୍ଦୀ କରିଥିବାବେଳେ ଏହାକୁ ନେଇ ଅନ୍ୟାନ୍ୟ ରାଜନୈତିକ ଦଳ ତୀବ୍ର ନିନ୍ଦା କରିଛନ୍ତି।
Popular Categories



