www.samajalive.in
Saturday, December 6, 2025
17.1 C
Bhubaneswar

ଭ୍ରମଣ ସମୟରେ ଏହି ଦିଗ ପ୍ରତି ସତର୍କ ରୁହନ୍ତୁ

କର୍ମଜୀବୀ ଲୋକେ କାମର ଚାପରୁ କିଛି ସମୟ ପାଇଁ ବିରତି ନେଇ ଦେଶବିଦେଶ ଭ୍ରମଣରେ ବାହାରିଯାନ୍ତି। ତେବେ ଭ୍ରମଣ କରୁଥିବାବେଳେ ସମସ୍ତ ବର୍ଗର ଲୋକ ସଚେତନ ରୁହନ୍ତୁ। ଏକାକୀ ଅବା ପରିବାର ଲୋକଙ୍କ ସହ ଯାତ୍ରା କରୁଥିଲେ, ପୂର୍ବରୁ କ’ଣ ନେବେ ସେସବୁର ତାଲିକା ପ୍ରସ୍ତୁତ କରିବା ଜରୁରୀ।
ଭ୍ରମଣ ସମୟରେ ହୋଟେଲ ରହଣିବେଳେ ଦୈନିକ ସକାଳ ଜଳଖିଆ ପେଟପୂରା କରିବାକୁ ଚେଷ୍ଟା କରନ୍ତୁ। ସ୍ବାଦିଷ୍ଟ ଖାଇବା ଅପେକ୍ଷା ସୁସ୍ଥ ଭୋଜନ କରିବାକୁ ଅଧିକ ଗୁରୁତ୍ବ ଦିଅନ୍ତୁ।
ବିଭିନ୍ନ ସ୍ଥାନ ବୁଲାବୁଲି କରିବା ସମୟରେ କାର୍‌ରେ ହିଁ ଯାତ୍ରା କରାଯାଏ। ଏହା ବାଦ୍ ପାଖଆଖ ଅଞ୍ଚଳ ଅବା ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ନିଜେ ଚଲାବୁଲା କରିବା ଉଚିତ। ନଚେତ୍ ଭ୍ରମଣରେ ଥିବା ସମୟରେ ହିଁ ଆଣ୍ଠୁଗଣ୍ଠି ସମସ୍ୟା ହୋଇଥାଏ।
ପାଣି ବୋତଲ ସବୁବେଳେ ନିଜ ସାଥିରେ ରଖନ୍ତୁ। ହୋଟେଲ କକ୍ଷରୁ ବାହାରିବା ପୂର୍ବରୁ ଦୁଇ ବୋତଲ ପାଣି ବ୍ୟାଗ୍‌ରେ ନେଇଯାନ୍ତୁ। ପାଣି ପିଇବା ଦ୍ବାରା କୋଷ୍ଠକାଠିନ୍ୟ, ଅଧା କପାଳୀ ବିନ୍ଧା ଇତ୍ୟାଦିରୁ ରକ୍ଷା ପାଇହେବ।
ଦ୍ବିପହର ଭୋଜନ ପୂରା ପେଟ ନ କରି ବରଂ ରାତ୍ରି ଭୋଜନ ଭଲଭାବେ କରିବା ଏଇ ସମୟରେ ଭଲ। ଦିନବେଳା ଦୋସା, ଉପମା ପରି ଖାଦ୍ୟ ଖାଇବା ଭଲ। କାରଣ ଭ୍ରମଣ ସମୟରେ ଏସବୁ ହଜମ ହେବାକୁ ଅଧିକ ସମୟ ଲାଗିନଥାଏ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories