www.samajalive.in
Friday, December 5, 2025
26.1 C
Bhubaneswar

ଛାତ୍ରୀଙ୍କୁ ନିର୍ଯାତନା ସହ ଅସଦାଚରଣ ପଡିଲା ମହଙ୍ଗା; ପ୍ରଧାନ ଶିକ୍ଷକ ଓ ମେଟ୍ରୋନ କାର୍ଯ୍ୟରୁ ନିଲମ୍ବିତ

କାଲିମେଳା: ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ୱାରା ପରିଚାଳିତ ମାଲକାନଗିରି ଜିଲ୍ଲା ଗିରକାନପାଲ୍ଲୀ ଆଶ୍ରମ ବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ନିର୍ଯାତନା ଦେବା ସହ ଅସଦାଚରଣ କରିବା ଅଭିଯୋଗରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ପ୍ରଧାନ ଓ ମେଟ୍ରୋନ କାଲୀମତି ମଣ୍ଡଳଙ୍କୁ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଗିରକାନପାଲ୍ଲୀ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିବା ବେଳେ ଉକ୍ତ ସମୟରେ ବିଦ୍ୟାଳୟର କେତେକ ଛାତ୍ରୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଯେ ଏଠାରେ ଥିବା ମେଟ୍ରୋନ ଛାତ୍ରୀମାନଙ୍କୁ ମାଡମାରିବା ସହିତ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଛନ୍ତି। ଏଥିସହିତ ପ୍ରଧାନ ଶିକ୍ଷକ ଛାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି। ଜିଲ୍ଲାପାଳ ଏ ସମସ୍ତ ଘଟଣାକୁ ଗୁରୁତର ସହ ନେଇ ଅନ୍ୟ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଘଟଣା ବିଷୟରେ ପଚାରି ବୁଝିବା ସହିତ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଏମାନଙ୍କୁ ନିଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

- Advertisement -

ଏପରି ଘଟଣା ବହୁ ଦିନ ଧରି ଚାଲିଥିବା ବେଳେ ବିଦ୍ୟାଳୟର କିଛି ଛାତ୍ରୀ ଚାଇଲ୍ଡ ଲାଇନ ଏବଂ  ବିଦ୍ୟାଳୟ ହେଲ୍ପ ଚାଇଲ୍ଡ ଲାଇନ ନମ୍ବରକୁ କଲ କରି ଅଭିଯୋଗ କରିଥିଲେ। ପରେ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଏହାର ତଦନ୍ତ କରିବାକୁ କୁହାଯାଇଥିଲା । ଆଶ୍ରମ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ନିର୍ଯାତନା ଦେବା ଘଟଣା ମାଲକାନଗିରି ଜିଲ୍ଲାରେ ପ୍ରଥମ ନୁହେଁ। କିଛି ଦିନ ଭିତରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଏପରି ଘଟଣା ଘଟିଥିବା ନଜିର ରହିଛି। ତେବେ ଏଭଳି ଘଟଣା ଗୁରୁ ଶିଷ୍ୟଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କକୁ କଳଙ୍କିତ କରୁଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories