www.samajalive.in
Saturday, December 6, 2025
17.1 C
Bhubaneswar

ମାଳଦ୍ବୀପର ମୁଖ୍ୟ ଆକର୍ଷଣ: ବିସ କିମିୟା

ଦକ୍ଷିଣ ଏସୀୟ ରାଷ୍ଟ୍ର ଭାବେ ମାଳଦ୍ବୀପର ବିଶେଷ ଲୋକପ୍ରିୟତାର ମୁଖ୍ୟ କାରଣ ହେଲା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ। ବିଶ୍ବର ବିଭିନ୍ନ ପ୍ରାନ୍ତରୁ ସଂଖ୍ୟାଧିକ ପର୍ଯ୍ୟଟକ ପ୍ରତି ବର୍ଷ ଏଇ ସ୍ଥାନକୁ ଅବକାଶ ସମୟ ଅତିବାହିତ କରିବାକୁ ଛୁଟି ଆସିଥାନ୍ତି। ନିକଟରେ ସେଠାରେ ଏକ ସର୍ବେକ୍ଷଣ ହୋଇଥିଲା। ନିୟମିତ ଭାବେ ସେଠାକୁ ଆମେରିକା ଓ କାନାଡାର ପର୍ଯ୍ୟଟକମାନେ ଆସୁଥିବାର ଜଣାପଡ଼ିଛି। ଗ୍ରୀକି ରେଇନ୍ ନାମକ ଜଣେ ବ୍ୟକ୍ତି ଗଲା ୧୦ ବର୍ଷ ହେଲା ଛୁଟି କାଟିବାକୁ ମାଳଦ୍ବୀପ ଆସୁଛନ୍ତି। ସେ ଓ ତାଙ୍କ ପତ୍ନୀ ବିବାହ ପରେ ପ୍ରଥମଥର ମଧୁଚନ୍ଦ୍ରିକା ସମୟରେ ଏଠାକୁ ଆସିଥିଲେ। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯଦିଓ ସେମାନେ ଅନ୍ୟ ଦେଶ ଭ୍ରମଣ କରିଛନ୍ତି, କିନ୍ତୁ ବର୍ଷକୁ ଥରୁଟିଏ ମାଳଦ୍ବୀପ ଆସିବା ନିଶ୍ଚିତ। ଏଠାର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସ୍ଥାନୀୟ ଖାଦ୍ୟ ହିଁ ମୁଖ୍ୟ ଆକର୍ଷଣ। ସେଠାର ବିଭିନ୍ନ ବ୍ୟଞ୍ଜନ ମଧ୍ୟରୁ ଲୋକପ୍ରିୟ ବ୍ୟଞ୍ଜନମାନ ହେଉଛି: ବିସ କିମିୟା, ଏହା ଏକ ପ୍ରକାରର ସିଙ୍ଗଡ଼ା। ନଡ଼ିଆ ଓ ଅନ୍ୟାନ୍ୟ ସାମଗ୍ରୀରେ ପ୍ରସ୍ତୁତ ଏଇ ବ୍ୟଞ୍ଜନର ଆଦର ମାଳଦ୍ବୀପ ପର୍ଯ୍ୟଟକଙ୍କ ଗହଣରେ ଖୁବ୍ ଅଧିକ। ମାଳଦ୍ବୀପ ପ୍ରତି ପର୍ଯ୍ୟଟକଙ୍କ ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଏଠାରେ ସଂଖ୍ୟାଧିକ ପ୍ରକାରର ନିରାମିଷ ଖାଦ୍ୟ ଉପଲବ୍ଧ। ବିଦେଶରେ ସହଜରେ ନିରାମିଷ ଖାଦ୍ୟ ମିଳିନଥାଏ, କିନ୍ତୁ ମାଳଦ୍ବୀପର ଏହି ସ୍ବତନ୍ତ୍ରତା ହିଁ ଦିନକୁଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରାଉଛି। ଅନ୍ୟାନ୍ୟ ଲୋକପ୍ରିୟ ଖାଦ୍ୟମାନ ହେଲା, ବୋଶି ମାଶୁନି, ଗରୁଧିୟା, ହୁନି ରୋଶି, ସାଗୁ ବୋଡିଂବାଇ ଇତ୍ୟାଦି ଇଦ୍ୟାଦି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories