www.samajalive.in
Sunday, December 7, 2025
14.1 C
Bhubaneswar

ଉର୍ଦୁ ଶିଖୁଛନ୍ତି ଆଲିୟା ବେଦୀ

ମୁମ୍ବଇ : ବଲିଉଡରେ ନବାଗତ ଅଭିନେତ୍ରୀଙ୍କ ଭିଡ଼ ବଢ଼ିଥିବାବେଳେ ପ୍ରତିଯୋଗିତା ମଧ୍ୟ ଜୋର୍‌ସୋର୍‌ରେ ଚାଲିଛି। ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଲେ ପୂଜା ବେଦୀଙ୍କ ଝିଅ ଆଲିୟା ବେଦୀ। ନିତିନ୍ କକ୍କଡ଼ଙ୍କ ହାସ୍ୟରସାତ୍ମକ ଚଳଚ୍ଚିତ୍ର ‘ଜୱାନି ଜାନେମନ୍’ରେ ସେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଆଲିୟାଙ୍କ ସହ ଏଥିରେ ବଲିଉଡର ନବାବ୍ ସୈଫ୍ ଅଲୀ ଖାନ୍ ଦେଖାଦେବେ। ଏହି ଚଳଚ୍ଚିତ୍ରରେ ସେ ଜଣେ ମୁସଲିମ୍ ଯୁବତୀ ଭୂମିକାରେ ଅବତୀର୍ଣ୍ଣ। ଏଣୁ ଉର୍ଦୁ ଶିଖିବାକୁ ତାଙ୍କୁ କୁହାଯାଇଛି। ଗତ ଦେଢ଼ ମାସ ହେଲା ଆଲିୟା ଉର୍ଦୁ ତାଲିମ ନେଉଛନ୍ତି। ନିୟମିତ ଭାବେ ସେ ଏସବୁର ଭିଡିଓ ଦେଖିବା ସହ ୨ଘଣ୍ଟା ପ୍ରଶିକ୍ଷଣ ନେଉଥିବାର ପ୍ରକାଶ। ନ୍ୟୁୟର୍କରୁ ଉଚ୍ଚ ଶିକ୍ଷା ଲାଭ କରିଥିବା ଆଲିୟାଙ୍କୁ ୨ ବର୍ଷ ତଳେ ଆଦିତ୍ୟ ଚୋପ୍ରା ପ୍ରଯୋଜନା ସଂସ୍ଥା ପ୍ରଥମେ ଅଫର୍ ଦେଇଥିଲା କିନ୍ତୁ ସେ ସମୟରେ ଆଲିୟା ନିଜ ପାଠପଢ଼ାକୁ ଅଧିକ ପ୍ରାଧାନ୍ୟ ଦେଇଥିଲେ। ତାଙ୍କ ମତରେ ଯଥା ସମୟ ଏବେ ଆରମ୍ଭ ହୋଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories