www.samajalive.in
Saturday, December 6, 2025
14.1 C
Bhubaneswar

ଏଲର୍ଜିରୁ ମୁକ୍ତି ପାଇବାର ଘରୋଇ ଉପାୟ

ଅନେକ ବ୍ୟକ୍ତିଙ୍କର ଚର୍ମରେ ଏଲର୍ଜି ହୋଇଥାଏ। ଏହା ବିଭିନ୍ନ କାରଣରୁ ଶରୀରର ଭିନ୍ନ ଭିନ୍ନ ସ୍ଥାନରେ ହୋଇଥାଏ। ଶରୀରରେ ଏଲର୍ଜି ହେଲେ ଦାଗ ହୋଇଯାଏ, କୁଣ୍ଡାଇ ହୁଏ, ଲାଲ ହୋଇଯାଏ ଓ ଅସ୍ତବ୍ୟସ୍ତ ଲାଗିଥାଏ। ତେଣୁ ଏଲର୍ଜି ହେବା ମାତ୍ରେ ସଙ୍ଗେ ସଙ୍ଗେ ଚିକିତ୍ସା କରନ୍ତୁ। ଏଲର୍ଜି ହେ​‌ଲେ ଘରୋଇ ଉପାୟ ଦ୍ବାରା ଚିକିତ୍ସିତ ହୋଇପାରିବା। ଆସନ୍ତୁ ଜାଣିବା ସେସବୁ କ’ଣ ..

ଘିକୁଆଁରୀ :

- Advertisement -

ଘିକୁଆଁରୀରେ ଆଣ୍ଟି-ବ୍ୟାକ୍ଟେରିୟଲ ଓ ଆଣ୍ଟି-ଇଫ୍ଲେମେଣ୍ଟି ଗୁଣ ରହିଛି। ଏହା ଚର୍ମରେ ସୃଷ୍ଟି ହେଉଥିବା ଏଲର୍ଜିରୁ ମୁକ୍ତି ଦେଇଥାଏ। ଏହାସହ ଏଲର୍ଜି ଦ୍ବାରା ହେଉଥିବା ଦାଗ ଓ କୁଣ୍ଡାଇ ହେବାରୁ ରକ୍ଷା କରିଥାଏ। ତେଣୁ ଏଲର୍ଜି ହେଉଥିବା ସ୍ଥାନରେ ଘିକୁଆଁରୀ ଲଗାଇ ଦିଅନ୍ତୁ।

ଦଲିଆ :

ଦଲିଆରେ ରହିଥିବା ଭିଟାମିନ ମୁହଁ ପାଇଁ ଲାଭଦାୟକ ଅଟେ। ଏହା ଏଲର୍ଜିରୁ ମୁକ୍ତି ଦେଇଥାଏ। ଏକ କପ ଉଷୁମ ପାଣିରେ ଦଲିଆ ଗୁଣ୍ଡକୁ ମିଶାଇ ଦିଅନ୍ତୁ। ମିଶ୍ରଣଟିକୁ ଏଲର୍ଜି ହୋଇଥିବା ସ୍ଥାନରେ ଲଗାଇ ୩୦ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ତାପରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ଏଲର୍ଜିରୁ ମୁକ୍ତି ମିଳିଥାଏ।

ଲେମ୍ବୁ :

ଲେମ୍ବୁ ଦ୍ବାରା ଏଲର୍ଜି ସମସ୍ୟାରୁ ମୁକ୍ତି ମିଳିଥାଏ। ଲେମ୍ବୁରେ ଆଣ୍ଟି-ସେପ୍ଟିକ ଓ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ଶରୀରରେ ଏଲର୍ଜି ସମସ୍ୟାରୁ ରକ୍ଷା କରିଥାଏ। ଏଲର୍ଜି ହୋଇଥିବା ସ୍ଥାନରେ ଲେମ୍ବୁ ରସ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ତାପରେ ସେହି ସ୍ଥାନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ଏଲର୍ଜି ସମସ୍ୟାରୁ ମୁକ୍ତି ମିଳିବ।

ବେକିଙ୍ଗ ସୋଡା :

ବେକିଙ୍ଗ ସୋଡା ଆଣ୍ଟି-ଏଲର୍ଜି ପରି କାମ କରିଥାଏ। ବେକିଙ୍ଗ ସୋଡାକୁ ଉଷୁମ ପାଣିରେ ମିଶାଇ ଏଲର୍ଜି ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ। ୩୦ମିନିଟ ପରେ ସେହି ସ୍ଥାନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ଏଲର୍ଜିରୁ ଶୀଘ୍ର ମୁକ୍ତି ମିଳିଥାଏ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories