www.samajalive.in
Saturday, December 6, 2025
17.1 C
Bhubaneswar

ନବବର୍ଷର ଉତ୍ସବ

ନବବର୍ଷର ଉତ୍ସବ ସଂପୂର୍ଣ୍ଣ ଦେଶରେ ଆନନ୍ଦ ଉଲ୍ଲାସରେ ପାଳନ କରିଥାଆନ୍ତି। ନୂଆ ବର୍ଷ ସଭିଁଙ୍କ ପାଇଁ ନୂଆ ଆଶାର କିରଣ ଆଣି ଥାଏ। ଲୋକେ ଡ଼ିସେମ୍ବର ୩୧ ତାରିଖରେ ହିଁ ଏହାର ସ୍ୱାଗତ ପ୍ରସ୍ତୁତିରେ ଲାଗିଯାଇଥାଆନ୍ତି। ଏହି ଦିନରେ ବିତିଯାଇଥିବା ବର୍ଷର ମହତ୍ତ୍ୱପୂର୍ଣ୍ଣ ଘଟଣାକୁ ମନେ ପକାଇଥାଆନ୍ତି। ପୁରା ବର୍ଷଟି କିପରି ବିତିଥିଲା ଓ ବାକି ରହିଯାଇଥିବା କଥାକୁ ଆରମ୍ଭ ହେବାକୁ ଥିବା ନୂଆ ବର୍ଷରେ ପୂରା କରିବା ପାଇଁ ସଙ୍କଳ୍ପ କରିଥାଆନ୍ତି। ୩୧ ଡ଼ିସେମ୍ବର ସନ୍ଧ୍ୟାରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ସର୍ବସାଧାରଣ ସ୍ଥାନରେ ନୃତ୍ୟ, ସଙ୍ଗୀତ, ଖାଦ୍ୟପେୟର ଆୟୋଜନ କରାଯାଇଥାଏ। ରେଡ଼ିଓ ଓ ଟିଭିରେ ବିଶେଷ କାର୍ଯ୍ୟକ୍ରମର ପ୍ରସାରଣ ମଧ୍ୟ କରାଯାଏ। ଲୋକମାନେ ପରସ୍ପରକୁ ନବ ବର୍ଷର ଶୁଭେଚ୍ଛା ଜଣାଇଥାଆନ୍ତି। ନିଜର ପ୍ରିୟଜନଙ୍କୁ ପୁଷ୍ପ ଗୁଚ୍ଛ, ଉପହାର ମଧ୍ୟ ଦେଇଥାଆନ୍ତି। ନୂଆବର୍ଷରେ ବହୁ ଲୋକେ ପିକନିକ ଓ ବିଭିନ୍ନ ଦର୍ଶନୀୟ ସ୍ଥାନକୁ ମଧ୍ୟ ଭ୍ରମଣ ପାଇଁ ଯାଇଥାଆନ୍ତି। ଏଭଳି ଭାବରେ ନବବର୍ଷର ଉତ୍ସବ ଆମେ ଭିତରେ ନୂଆ ଆଶା ଜାଗ୍ରତ କରିଥାଏ।
ଆଲେଖ୍ୟ ସସ୍ମିତା ମହାନ୍ତି

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories