www.samajalive.in
Monday, December 15, 2025
24.1 C
Bhubaneswar

ଝାଡ଼ଖଣ୍ଡ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ : ସମସ୍ତ ପ୍ରସ୍ତୁତି ଚୁଡାନ୍ତ

ରାଞ୍ଚି :  ଝାଡ଼ଖଣ୍ଡ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶନିବାର ଅର୍ଥାତ ଆସନ୍ତାକାଲି ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ୬ଟି ଜିଲ୍ଲା – ଚତ୍ରା, ପାଲାମୁ, ଗୁମ୍‍ଲା, ଗର୍‍ୱା, ଲତେହାର୍‍ ଏବଂ ଲୋହାରଡାଗାର ୧୩ଟି ବିଧାନସଭା କ୍ଷେତ୍ରରେ ଭୋଟ୍‍ଗ୍ରହଣ କରାଯିବ। ନକ୍ସଲ ଉପଦ୍ରୁତ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୩ଟାରେ ଶେଷ ହେବ।

୩୭ଲକ୍ଷ ୮୩ ହଜାର ମତଦାତା ୧୫ଜଣ ମହିଳାଙ୍କ ସମେତ ୧୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ଇଭିଏମ୍ ସହ ମତଦାନ କେନ୍ଦ୍ରରେ ପହଞ୍ଚିବାରେ ଲାଗିଛନ୍ତି। ୪୦୩୫ ପୁଲିଂ ଅଧିକାରୀଙ୍କୁ ହେଲିକପ୍ଟର ଯୋଗେ ପଠାଯାଇଛି । ୧୨୬୯ ଅଗମ୍ୟ ଅଞ୍ଚଳରେ ଥିବା ମତଦାନ କେନ୍ଦ୍ରରେ ମଧ୍ୟ ପହଞ୍ଚିସାରିଛନ୍ତି।

- Advertisement -

ମୋଟ ୪,୮୯୨ ମତଦାନ କେନ୍ଦ୍ର ମଧ୍ୟରୁ ୧୭୯୦ ମତଦାନ କେନ୍ଦ୍ରକୁ ଅତି ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ୧୨୦୦ ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ଶାନ୍ତିପୁର୍ଣ୍ଣ ଓ ନିରପେକ୍ଷ ମତଦାନ ପାଇଁ ୩୫ ହଜାରରୁ ଅଧିକ ଯବାନ ଓ ଅର୍ଦ୍ଧ ସୈନିକଙ୍କୁ ନିୟୋଜିତ କରାଯାଇଛି।

ଅନ୍ୟପକ୍ଷରେ ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ କହିଛନ୍ତି, ପ୍ରଥମ ଥରପାଇଁ ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେଟୋକନ୍‍ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଯାହାଦ୍ୱାରା ଭୋଟର୍‍ମାନଙ୍କୁ ଆଉ ଭୋଟ୍‍ ଦେବାପାଇଁ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ାହେବାକୁ ପଡ଼ିବ ନାହିଁ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories