www.samajalive.in
Tuesday, December 9, 2025
16.1 C
Bhubaneswar

ବିନା ଭକ୍ତରେ ହେବ ଆଖଣ୍ଡଳମଣିଙ୍କ ଜାଗରଯାତ୍ରା

-୧୦ ଓ ୧୧ ପୀଠକୁ ଭକ୍ତଙ୍କୁ ମନା,-ବିଧିବିଧାନ ଅନୁଯାୟୀ ହେବ ନୀତିକାନ୍ତି

ଆରଡି : ମହାମାରୀ କରୋନା ଭୟଭୟତାକୁ ନେଇ ଚଳିତବର୍ଷ ବିନା ଭକ୍ତରେ  ଆରଡିପୀଠର ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଳନ ହେବ।
ବିଧିବିଧାନ ଅନୁଯାୟୀ ଅନୁଷ୍ଠିତ ହେବ ସମସ୍ତ ନୀତିକାନ୍ତି। ମନ୍ଦିରର ନୀତି ନୀର୍ଘଣ୍ଟ ଅନୁଯାୟୀ ଜାଗର ଯାତ୍ରାଦିନ ଭୋର ୪ଟାରେ ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ପହିଲି ବଡପଣ୍ଡାଙ୍କ ଦ୍ବାରା କନିକାରାଜାଙ୍କର ଘର୍ଷଣଲାଗି, ଜଳାଭିଷେକ ସରିବା ପରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡି ଅନ୍ନନୀତିଭୋଗ ଲାଗି ହେବ। ସକାଳ 5ଟା ଠାରୁ ରାତ୍ର ୧୨ଟା ପ୍ରଯ୍ଯନ୍ତ ହେବାକୁ ଥିବା ସର୍ବସାଧାରଣ ଦର୍ଶନ ଚଳିତବର୍ଷ ମହାମାହାରୀ କରୋନା ପାଇଁ ବନ୍ଦ ରହିବ ବୋଲି ଭଦ୍ରକ ଜିଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି। ଏପରିକି ଜାଗରଯାତ୍ରାର ପୂର୍ବଦିନ ଅର୍ଥାତ ମାର୍ଚ୍ଚ ୧୦ରୁ ୧୧ଯାଏଁ ପୀଠରେ ଦେଖିବାକୁ ମିଳିବନି ଭକ୍ତଙ୍କ ଗହଳି। ଏପରିକି ମେଳା ଓ ସାଂସ୍କୃତିକ କାର୍ଯକ୍ରମ ଉପରେ ମଧ୍ୟ ଜିଲା ପ୍ରଶାସନ ରୋକ ଲଗାଇଛି। ମନ୍ଦିରର ଶହଶହ ବର୍ଷର ପରମ୍ପରା ଅନୁଯାୟୀ ସେବାୟତମାନେ କୋଭିଡ ନିୟମ ପାଳନ କରି ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ସମ୍ପନ୍ନ କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି।
ସନ୍ଧ୍ୟା ୬ଟାରୁ ୪ ପ୍ରହର ନୀତି ଆରମ୍ଭ ହେବ, ରାତ୍ର ୧ଟାରେ ସୁନାବେଶ ସମ୍ପନ୍ନ ହେବା ପରେ ଭୋର ୪ଟା ୩୦ରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ନୀତିକାନ୍ତି ଚୂଡାନ୍ତ ହୋଇଛି।

Hot this week

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories