www.samajalive.in
Monday, December 8, 2025
14.1 C
Bhubaneswar

ଭାବୀ ଶ୍ୱଶୁରଙ୍କ ସହଯୋଗରେ ଠକେଇ କରୁଥିଲେ ଜୁନିୟର ପାଠକ, କ୍ରାଇମବ୍ରାଞ୍ଚ ଖୋଲୁଛି ଭାବି ଶ୍ବଶୁର-ଜ୍ବାଇଁଙ୍କ ଗୁମର

ଭୁବନେଶ୍ବର : ନିଜକୁ ଟାଟା ମୋଟର୍ସର ଏମଡି କହି ଲୋକଙ୍କୁ ଠକିଛନ୍ତି ଆକାଶ ପାଠକ । ଚାକିରି କରାଇ ଦେବାକୁ କହି ବହୁ ଆଶାୟୀଙ୍କଠାରୁ ପୁଳା ପୁଳା ଟଙ୍କା ନେଇଛନ୍ତି । ଏନେଇ ୬ ଜଣ ଅଭିଯୋଗକାରୀ ଏତଲା ଦେଇଥିବା ବେଳେ ତାହାକୁ ଭିତ୍ତି କରି ମାମଲା ରୁଜୁ ହୋଇଛି। ସେମାନଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ମଧ୍ୟ ଠକେଇର ଶିକାର ହୋଇଛନ୍ତି ସେମାନେ କ୍ରାଇମବ୍ରାଞ୍ଚକୁ ଆସି ରିପୋର୍ଟ କରନ୍ତୁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ।

ଟାଟା ମୋଟର୍ସର ଏମଡି କହି ବହୁ ଯୁବକଯୁବତୀଙ୍କୁ ଠକେଇ କରିଥିବା ଆକାଶ ପାଠକଙ୍କୁ ଗତକାଲିଠାରୁ ୫ ଦିନିଆ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଗୋଟିଏ ରାତିର ମାରାଥନ ଜେରା ପରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ କରି ସାମ୍ନାକୁ ଆଣିଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଟାଟା ମୋଟର୍ସ ଜାମସେଦପୁରର ଡେପୁଟି ଜେନେରାଲ ମ୍ୟାନେଜର ତ୍ରିଲୋଚନ ମହାନ୍ତିଙ୍କ ରିପୋର୍ଟ ଆଧାରରେ ଗତ ସେପ୍ଟେମ୍ବର ୨୩ ତାରିଖରେ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଆକାଶ ପାଠକ ବିରୋଧରେ ମାମଲା ରୁଜୁ ହୋଇଥିଲା । ଟାଟାରେ ନିଯୁକ୍ତି ନେଇ ମୋଟ ୬ଟି ଏତଲା ହୋଇଥିବାବେଳେ ଆକାଶ ନିଜକୁ ଟାଟା ମୋଟର୍ସର ଏମଡି କହି ଠକୁଥିଲେ । ସେ ଟାଟାର ଜାଲ ଆଇକାର୍ଡ, ଭିଜିଟିଂ କାର୍ଡ ଓ ଇମେଲ ଆଇଡି କରି ଲୋକଙ୍କୁ ଭୂଆଁ ବୁଲାଉଥିଲେ ।

- Advertisement -

କେବଳ ଏତିକି ନୁହେଁ ଜୁନିୟର ପାଠକ ବା ଆକାଶ ପାଠକଙ୍କୁ ଏଥିରେ ସମ୍ପୁର୍ଣ୍ଣ ସହଯୋଗ କରୁଥିଲେ ଆକାଶଙ୍କ ଭାବୀ ଶ୍ବଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀମାନେ। ପ୍ରଦୀପ ପାଣିଗ୍ରାହୀ ଲୋକଙ୍କୁ କହିବୁଲୁଥିଲେ ତାଙ୍କ ଭାବୀ ଜ୍ବାଇଁ ଟାଟା ମୋଟର୍ସର ଏମଡି। ଯାହା ଦ୍ବାରା ଚାକିରି ପାଇଁ ବହୁ ଆଶାୟୀ ପ୍ରଦୀପ ପାଣିଗ୍ରାହୀଙ୍କ କହୁଥିଲେ । ଏଥି ସହିତ ଚାକିରି ଆଶାୟୀମାନେ ଆକାଶ, ପ୍ରଦୀପ ଓ ତାଙ୍କ ସହଯୋଗୀଙ୍କୁ ଟଙ୍କା ଦେଉଥିଲେ। ୬ ଜଣ ଅଭିଯୋଗକାରୀଙ୍କ ମଧ୍ୟରୁ ୨ ଜଣ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଦେଇଥିବା ବେଳେ ଅନ୍ୟ ୪ ଜଣ ପ୍ରଦୀପଙ୍କ ଘନିଷ୍ଠ ସହଯୋଗୀଙ୍କ ଜରିଆରେ ଟଙ୍କା ଦେଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ।

ଆକାଶ ପାଠକ କେବଳ ଚାକିରି ଦେବା ନାଁରେ ନୁହେଁ ଟଙ୍କା ନେବା ପରେ ଆଶାୟୀ ଯୁବକଯୁବତୀଙ୍କୁ ଜାଲ୍ ଜଏନିଂ ପାଇଁ କାଗଜ ଧରାଇଦେଇଥିଲେ। ଜାଲ ନିଯୁକ୍ତିପତ୍ର ପାଇଥିବା ଯୁବକଯୁବତୀଙ୍କ ପାଇଁ ଅନଲାଇନ ଟ୍ରେନିଂ ମଧ୍ୟ ସରିଥିଲା । ପ୍ରଦୀପ ମଧ୍ୟ ଆକାଶ ଟାଟା ମୋଟର୍ସରେ ଅଛନ୍ତି ବୋଲି କହି ବୁଲୁଥିଲେ । ଚାକିରି ଆଶାୟୀମାନେ ବିପୁଳ ପରିମାଣର ଅର୍ଥ ଦେବାକୁ ପଛାଉ ନଥିଲେ । ଡେଡିଭ ପିଟରଙ୍କୁ ପଚରାଉଚରା କରିବା ପରେ ଏହି ସତ୍ୟ ସାମ୍ନାକୁ ଆସିଛି । ତେଣୁ ଏହି ଜାଲିଆତି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଲା ଆକାଶ ପାଠକ ବୋଲି ଏଡିଜି କହିଛନ୍ତି । ଚାକିରି ଆଶାୟୀ ଅର୍ଥ ଦେଇଥିଲେ ବି ଭୟରେ ମୁହଁ ଖୋଲୁ ନାହାନ୍ତି । ତେଣୁ ଏବେ ଚାକିରି ଆଶାୟୀ ମୁହଁ ଖୋଲିବାକୁ ଅପିଲ କରିଛନ୍ତି ଏଡିଜି । ଯେଉଁମାନେ ଏମାନଙ୍କ ଦ୍ୱାରା ଠକାମୀରେ ପଡ଼ିଛନ୍ତି, ରିପୋର୍ଟ କରନ୍ତୁ। ଅନଲାଇନ୍‌ରେ ଟ୍ରେନିଂ ଦେଉଥିଲେ। ଆମ ପାଖରେ ରିପୋର୍ଟ କରନ୍ତୁ, ଦୃଢ଼ କାର୍ଯ୍ୟନୁଷ୍ଠାନ ନେବୁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories